
ବଲାଙ୍ଗୀର, ୦୯ ଅଗଷ୍ଟ(ହି.ସ.) – ସ୍ଥାନୀୟ ଜେ.ଏସ୍.ଏମ୍. କଲେଜର ସମ୍ବେଳନି କଷ ଠାରେ ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟିର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗୀରର ବୁଦ୍ଧିଜୀବୀ ମାନଙ୍କୁ ନେଇ ସଂଗଠନକୁ ମଜଭୁତ କରି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ କରିବା ପାଇଁ ପ୍ରଶାସନ ଓ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବା ପ୍ରସ୍ତାବ ଗ୍ରହଣ କରାଯାଇଛି। ଆବାହକ ଇଂ ବେଲାରସିଂ ଭୋଇଙ୍କ ସଭାପତିତ୍ୱରେ ସଂଯୋଜକ ମନୋରଞ୍ଜନ ସାହୁ ପୂର୍ବ ବିବରଣୀ ପାଠକରି ଗୃହରେ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ। ବରିଷ୍ଠ ସଭ୍ୟ ମନୋରଞ୍ଜନ ମିଶ୍ର ସୋସାଇଟିର ନୂଆ ନିୟମ ଅନୁସାରେ ସମ୍ବିଧାନ ପ୍ରସ୍ତୁତି କରିବା ଉପରେ ଧାରଣା ଦେଇଥିଲେ। ଅନ୍ୟାନ୍ୟମାନଙ୍କ ମଧ୍ୟରୁ ଗୋପଭୂଷଣ ନାଥ, ମନୋରଞ୍ଜନ ପୁରୋହିତ, ଗୋବିନ୍ଦ ମିଶ୍ର, ବିମଲ ଚୋପଦାର, ପ୍ରସନ୍ନ ମିଶ୍ର, ଦିବାକର ହୋତା, ପୀତବାସ ପଣ୍ଡା, ସି ଏ ଶ୍ରୀକାନ୍ତ ଶର୍ମା, ଜ୍ଞାନରଞ୍ଜନ ପଟ୍ଟନାୟକ, ହରେକୃଷ୍ଣ ପଟେଇ, ବିଶ୍ୱ ନାଥ ତ୍ରିପାଠୀ, ସୁବୋଧ ନାଗ, ରବି ନାରାୟଣ ସାହୁ, ଲିଲି ପଟେଲ, ସନ୍ତୋଷୀ ମେହେର, ସଚଲା ମେହେର, ସଂଯନି ଶତପଥି, ନରେନ୍ଦ୍ର ମିଶ୍ର, ଦୁର୍ବାଦଳ ମହାକୁର, ତରଣୀ ସେନ ପଟେଇ, ସୁବାଷ ଶତପଥି, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ସରୋଜ ମେସ୍ୱା ଆଲୋଚନାରେ ଅଂଶ ଗ୍ରହଣ କରିଥବା ବେଳେ ରବିଶଙ୍କର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ