


ବଲାଙ୍ଗୀର, ୦୯ ଅଗଷ୍ଟ(ହି.ସ.) – ବଲାଙ୍ଗୀର ରାମଗୋପାଳ ହିନ୍ଦୀ ବିଦ୍ୟାଳୟରେ ଛାତ୍ରମାନଙ୍କ ଭିତରେ ସ୍ୱାଧୀନତା ଦିବସ ଅବସରରେ ହିନ୍ଦୀ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପଥର ଚେପା ଦଶମ ଶ୍ରେଣୀର ଅଙ୍କିତ ତ୍ରିପାଠୀ, ଦ୍ୱିତୀୟ , ସେମ୍ଫୋର୍ଡ ସ୍କୁଲର ଅବନ୍ତିକା ବାଗ, ତୃତୀୟ ସ୍ଥାନରେ କଦମ ପଡ଼ା ବିଦ୍ୟା ମନ୍ଦିରର ଇଚ୍ଛାମୟ ମିଶ୍ର ହାସଲ କରିଛନ୍ତି। ସ୍କୁଲର ହେଡ ମାଷ୍ଟର ନହାନ ସାହୁ ଓ ହିନ୍ଦୀ ଶିକ୍ଷକ ସୁଶାନ୍ତ ନାୟକ ପ୍ରତିଯୋଗିତା ପରିଚାଳନା କରିଥିଲେ ବିଭିନ୍ନ ସ୍କୁଲର ୨୫ ଜଣ ଛାତ୍ର ଛାତ୍ରୀ ଏଥିରେ ଭାଗ ନେଇଥିଲେ। ଜଗଦୀଶ କୁମାର ନାଗ, ତେଜେଶ୍ୱର କୁମାର ରଥ ଓ ଶ୍ରୀକୃଷ୍ଣ ପଟେଲ ହିନ୍ଦୀ ଶିକ୍ଷକ ବିଚାରକ ଭାବରେ ଥିଲେ। ପରିଚାଳନା କମିଟି ସଭାପତି ସନ୍ତୋଷ କୁମାର ଅଗ୍ରୱାଲ ଓ ସ୍କୁଲ କର୍ମଚାରୀଙ୍କ ସହାୟତାରେ କାର୍ଯ୍ୟକ୍ରମ ହୋଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ