ଖୁଡୁରା ସମାଜ ପକ୍ଷରୁ ରକ୍ତଦାନ ଶିବିର: ୪୮ ୟୁନିଟ ସଂଗ୍ରହ
ଖୁଡୁରା ସମାଜ ପକ୍ଷରୁ ରକ୍ତଦାନ ଶିବିର: ୪୮ ୟୁନିଟ ସଂଗ୍ରହ
ଖୁଡୁରା ସମାଜ ପକ୍ଷରୁ ରକ୍ତଦାନ ଶିବିର: ୪୮ ୟୁନିଟ  ସଂଗ୍ରହ


ଖୁଡୁରା ସମାଜ ପକ୍ଷରୁ ରକ୍ତଦାନ ଶିବିର: ୪୮ ୟୁନିଟ  ସଂଗ୍ରହ


ସମ୍ବଲପୁର, ୦୯, ଅଗଷ୍ଟ (ହି.ସ.) ଆଜି ଖଡୁରା ସମାଜ ପକ୍ଷରୁ ଆୟୋଜିତ ଏକ ରକ୍ତଦାନ ଶିବିରରୁ ମୋଟ୍ ୪୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ସମ୍ବଲପୁର ଜିଲ୍ଲାର ବିଭିନ୍ନ ରକ୍ତ ଭଣ୍ଡାରରେ ଥିବା ଅଭାବକୁ ଆଖିରେ ରଖି ଏହି ରକ୍ତଦାନ ଶିବିର ଆୟୋଜନ ହୋଇଥିଲା। ଏହି ଶିବିରରେ ସମୀର ରଞ୍ଜନ ବାବୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଭୀମସାରର ସହକାରୀ ପ୍ରଫେସର ଡ: ସଂଜୀବ କୁମାର ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ।

ସଭପତି ବିଦେଶୀ ନାୟକ, ସମ୍ପାଦକ ରାଜେନ୍ଦ୍ର ନାୟକ

ଉପସଭାପତି ନିରଞ୍ଜନ ନାୟକ ସଭା ପରିଚାଳନା କରିଥିଲେ । ଏହି ଅବସରରେ

ଅଶ୍ବିନୀ କୁମାର ପାଢ଼ୀ ଜିଲ୍ଲା ସଂଯୋଜକ କୃଷ୍ଣ ଚନ୍ଦ୍ର ନାୟକ, ନାଗେଶ୍ୱର ନାୟକ, ବିଜୟ କୁମାର ନାୟକ, ବିଶ୍ୱନାଥ ନାୟକ, କୃଷ୍ଣ ଚନ୍ଦ୍ର ନାୟକ, ଭବାନୀ ଶଙ୍କର ନାୟକ, ବାବୁ ସେନାପତି, ଉମେଶ ନାୟକ, ଶ୍ରୀକାନ୍ତ ନାୟକ, ଗୋପାଳ ନାୟକ, ନାଗେଶ୍ୱର ସାହୁ, ସୁଦୀପ୍ତ ମୁଖାର୍ଜୀ ପ୍ରମୁଖ ରକ୍ତଦାନ ଶିବିର ସଂଯୋଜନା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande