କୋନ ବନେଗା କରୋଡ଼ପତିର ୧୦ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇଲେ ମାଲକାନଗିରି ଝିଅ ଜୟନ୍ତୀ, ହଟ୍ ସିଟ୍ରେ ବସିବାର ସୁଯୋଗ ଅଳ୍ପକେ ହେଲା ହାତଛଡ଼ା
ମାଲକାନଗିର, ୦୯ ଅଗଷ୍ଟ(ହି.ସ.) – ଅନେକ ପ୍ରତିକୂଳତାକୁ ପଛରେ ପକାଇ ସଫଳତାର ନୂଆ ଅଧ୍ୟାୟ ଲେଖିଛନ୍ତି ମାଲକାନଗିରି ଜିଲ୍ଲାର ଆଦିବାସୀ ଝିଅ ଜୟନ୍ତୀ ବୁରୁଦା। ଦେଶର ଲୋକପ୍ରିୟ ଜ୍ଞାନଭିତିକ ପ୍ରଶ୍ନୋତର କାର୍ଯ୍ୟକ୍ରମ ‘କୌନ ବନେଗା କରୋଡ଼ପତି’ର ବିଶାଳ ମଂଚରେ ପହଂଚି ଜୟନ୍ତୀ ମାଲକାନଗିରି ତଥା ଓଡ଼ିଶା ପାଇ
କୋନ ବନେଗା କରୋଡ଼ପତିର ୧୦ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇଲେ ମାଲକାନଗିରି ଝିଅ ଜୟନ୍ତୀ, ହଟ୍ ସିଟ୍ରେ ବସିବାର ସୁଯୋଗ ଅଳ୍ପକେ ହେଲା ହାତଛଡ଼ା


ମାଲକାନଗିର, ୦୯ ଅଗଷ୍ଟ(ହି.ସ.) – ଅନେକ ପ୍ରତିକୂଳତାକୁ ପଛରେ ପକାଇ ସଫଳତାର ନୂଆ ଅଧ୍ୟାୟ ଲେଖିଛନ୍ତି ମାଲକାନଗିରି ଜିଲ୍ଲାର ଆଦିବାସୀ ଝିଅ ଜୟନ୍ତୀ ବୁରୁଦା। ଦେଶର ଲୋକପ୍ରିୟ ଜ୍ଞାନଭିତିକ ପ୍ରଶ୍ନୋତର କାର୍ଯ୍ୟକ୍ରମ ‘କୌନ ବନେଗା କରୋଡ଼ପତି’ର ବିଶାଳ ମଂଚରେ ପହଂଚି ଜୟନ୍ତୀ ମାଲକାନଗିରି ତଥା ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତରୁ ଚୟନ ହୋଇଥିବା ମାତ୍ର ୧୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇବା ତାଙ୍କର ଏହି ସଫଳତାକୁ ଆହୁରି ବିଶେଷ କରିଛି। ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଭଳି ଅଂଚଳରୁ ଆସିଥିବା ଜୟନ୍ତୀ ସବୁବେଳେ ସାଧାରଣ ଲୋକ ଓ ଆଦିବାସୀ ସମାଜର ବିଭିନ୍ନ ସମସ୍ୟାକୁ ନେଇ ସ୍ୱର ଉଠାଇ ଆସିଛନ୍ତି। ସାମାଜିକ ସଚେତନତା ସୃଷ୍ଟି ସହ ଆଦିବାସୀ ସମାଜର ସମସ୍ୟାକୁ ବଡ଼ ମଂଚରେ ଉପସ୍ଥାପନ କରିବାର ତାଙ୍କର ପ୍ରୟାସ ତାଙ୍କୁ ଅନେକ ସମ୍ମାନ ଓ ପୁରସ୍କାର ମଧ୍ୟ ଦେଇଛି। ସୀମିତ ସୁବିଧା ଓ ଅନେକ ପ୍ରତିବନ୍ଧକତା ସତ୍ୱେ ନିଜ ଦକ୍ଷତା ଓ ଜ୍ଞାନକୁ ଆଧାର କରି ଆଗକୁ ବଢ଼ିବାର ସ୍ୱପ୍ନ ଦେଖିଥିଲେ ସେ। କୌନ ବନେଗା କରୋଡ଼ପତିର ହଟ୍ସିଟ୍ରେ ବସିବା ଥିଲା ଜୟନ୍ତୀଙ୍କ ଦୀର୍ଘଦିନର ସ୍ୱପ୍ନ। ଏହି ସ୍ୱପ୍ନକୁ ସାକାର କରିବା ପାଇଁ ସେ ଦୀର୍ଘ ସମୟ ଧରି ପ୍ରସ୍ତୁତି ନେଇଥିଲେ। ଏଥିପାଇଁ ଅନେକ ପର୍ଯ୍ୟାୟର ପରୀକ୍ଷା, ସାଧାରଣ ଜ୍ଞାନ ଓ ପ୍ରଶ୍ନୋତର ପରୀକ୍ଷା ସହ ଅନଲାଇନ୍ ପରୀକ୍ଷା ଦେବାକୁ ପଡ଼ିଥିଲା। ସମସ୍ତ ପର୍ଯ୍ୟାୟ ଅତିକ୍ରମ କରି ଶେଷରେ ଦେଶର ୧୦ ଜଣ ଚୟନିତ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ହଟ୍ସିଟ୍ ବସିବାର ଶେଷ ପାହାଚରେ ଜୟନ୍ତୀ ସଫଳ ହୋଇପାରିନଥିଲେ ମଧ୍ୟ ତାଙ୍କର ଏହି ଯାତ୍ରା ନିଶ୍ଚିତ ଭାବେ ଏକ ବଡ଼ ଅନୁଭୂତି। କାରଣ ଦେଶର ଏତେ ବଡ଼ ମଂଚରେ ପହଂଚିବା ସହ ମହାନାୟକ ଅମିତାଭ ବଚ୍ଚନଙ୍କୁ ଅତି ନିକଟରୁ ଦେଖିବା ଓ ତାଙ୍କ ସହ ସାକ୍ଷାତ କରିବାର ସୁଯୋଗ ମିଳିଛି ଜୟନ୍ତୀଙ୍କୁ। ଏହି ଅନୁଭୂତି ତାଙ୍କ ଜୀବନର ଏକ ଅବିସ୍ମରଣୀୟ ଅଧ୍ୟାୟ ହୋଇ ରହିବ ବୋଲି ସେ କହିଛନ୍ତି। ହଟ୍ସିଟ୍ ବସିବାର ସ୍ୱପ୍ନ ଏଥର ପୂରଣ ହୋଇନଥିଲେ ମଧ୍ୟ ଆଗାମୀ ଦିନରେ ସୁଯୋଗ ମିଳିଲେ ପୁଣିଥରେ ପ୍ରୟାସ କରିବେ ବୋଲି ଜୟନ୍ତୀ ପ୍ରକାଶ କରିଛନ୍ତି। ମାଲକାନଗିରି ଭଳି ଅପେକ୍ଷାକୃତ ପଛୁଆ ଅଂଚଳରୁ ଆସି ଜୟନ୍ତୀ ଦେଶର ଶ୍ରେଷ୍ଠ ୧୦ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇବା ଜିଲ୍ଲାବାସୀଙ୍କ ପାଇଁ ନିଶ୍ଚିତ ଭାବେ ଗର୍ବର ବିଷୟ।

.......................................

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande