
ଘଟଗାଁ , 09 ଅଗଷ୍ଟ (ହି.ସ.)ଘଟଗାଁ ବ୍ଲକ ପଣ୍ଡା ପଡା ଲ୍ୟାମ୍ପସ ଗୋଦାମ ଘରେ ୬୦ରୁ ଉର୍ଦ୍ଧ ଡି ଏ ପି ସାର ଚାଷୀକୁ ଆବଣ୍ଟନ ବିଳମ୍ବ ଯୋଗୁ ଲଘୁଚାପ ବର୍ଷା ପାଣିରେ ଧୋଇ ହୋଇ ନଷ୍ଟ ହୋଇ ଥିବା ଅଭିଯୋଗ ହୋଇଛି!ପଣ୍ଡା ପଡା ଲ୍ୟାମ୍ପସଅଧୀନରେ ଥିବା ଗ୍ରାମ ଗୁଡିକରେ ଚାଷୀ ମାନେ ଚାଷପାଇଁ ଆବଶ୍ୟକ ସାର କିଣିବାକୁ ଲ୍ୟାମସ ଉପରେ ନିର୍ଭାର କରିଥାନ୍ତି
ତେଣୁ ଲ୍ୟାମ୍ପସର କର୍ମଚାରୀ ସାର ଆଣି ଗୋଦାମ ଘରେ ରଖି ଥାନ୍ତି!ଚାଷୀମାନେ ସୁଲଭ ମୂଲ୍ୟରେ ସାର ନେଇ ଜମିରେ ବ୍ୟବହାର କରନ୍ତି ଚଳିତ ଖରିଫ ରେ ଲ୍ୟାମସରେ ସାର ଥାଇ କର୍ମ ଚାରୀଙ୍କ ମନୋମୁଖି ଓ ଅବହେଳା ଯୋଗୁ ଲ୍ୟାମସ ଗୋଦାମ ଘରେ ପାଣି ପଶି ସାର ସବୁ ଧୋଇ ଯାଇଛି ତେଣୁ ଚାଷୀମାନେ ବାହାର ଦୋକାନରୁ ଦୁଇ ଗୁଣା ଦରରେ ସାର କିଣି ଖର୍ଚନ୍ତ ହେଉଥିବା ଅବିଯୋଗ ହୋଇଛି ଏଣୁ କୃଷିବିଭାଗ ଓ ଲମ୍ପାସ ଉଛ କତୃପକ୍ଷ ଦୃଷ୍ଟି ଦେଇ ସୁଲଭ ମୂଲ୍ୟରେ ଆବଶ୍ୟକ ସାର ଯୋଗାଇ ଦେବାକୁ ଦାବି କରିଛନ୍ତି
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ