ବ୍ୟକ୍ତିଗତ ସ୍ୱାର୍ଥକୁ ପାଶୋରି ଯୁବବର୍ଗ ଦେଶର ପ୍ରଗତି ରଥର ବାହକ ହେଲେଯାଇ ଆମେ ବିକଶିତ ଭାରତ ଗଠନ କରିପାରିବା
ବଲାଙ୍ଗୀର, ୦୯ ଅଗଷ୍ଟ(ହି.ସ.) – ବ୍ୟକ୍ତିଗତ ସ୍ୱାର୍ଥକୁ ପାଶୋରି ଯୁବବର୍ଗ ଦେଶର ପ୍ରଗତି ରଥର ବାହକ ହେଲେଯାଇ ଆମେ ବିକଶିତ ଭାରତ ଗଠନ କରିପାରିବା। ବର୍ତମାନର ଯୁବପିଢି ନୂତନ ଜ୍ଞାନ କୌଶଳର ଅଧିକାରୀ, ସେମାନଙ୍କ ଭିତରେ ନେତୃତ୍ୱ ନେବା ତଥା ଦେଶ ଗଠନ କରିବାର ଦକ୍ଷତା ରହିଛି, କେବଳ ସେମାନଙ୍କୁ ଜଣେ ଉତ
ବ୍ୟକ୍ତିଗତ ସ୍ୱାର୍ଥକୁ ପାଶୋରି ଯୁବବର୍ଗ ଦେଶର ପ୍ରଗତି ରଥର ବାହକ ହେଲେଯାଇ ଆମେ ବିକଶିତ ଭାରତ ଗଠନ କରିପାରିବା


ବଲାଙ୍ଗୀର, ୦୯ ଅଗଷ୍ଟ(ହି.ସ.) – ବ୍ୟକ୍ତିଗତ ସ୍ୱାର୍ଥକୁ ପାଶୋରି ଯୁବବର୍ଗ ଦେଶର ପ୍ରଗତି ରଥର ବାହକ ହେଲେଯାଇ ଆମେ ବିକଶିତ ଭାରତ ଗଠନ କରିପାରିବା। ବର୍ତମାନର ଯୁବପିଢି ନୂତନ ଜ୍ଞାନ କୌଶଳର ଅଧିକାରୀ, ସେମାନଙ୍କ ଭିତରେ ନେତୃତ୍ୱ ନେବା ତଥା ଦେଶ ଗଠନ କରିବାର ଦକ୍ଷତା ରହିଛି, କେବଳ ସେମାନଙ୍କୁ ଜଣେ ଉତମ ମାର୍ଗଦର୍ଶକ ଦରକାର। ସ୍ଥାନୀୟ ସଂସ୍କୃତି ଭବନ ସଭାକକ୍ଷରେ ବଲାଙ୍ଗୀରର ଅଗ୍ରଣୀ ସାହିତ୍ୟିକ-ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ ରଚନା' ଦ୍ୱାରା ଆୟୋଜିତ ଆମ ଦେଶର ପ୍ରଗତିରେ ଯୁବପିଢିଙ୍କ ଭୂମିକା' ଶୀର୍ଷକ ରଚନା ସନ୍ଧ୍ୟା କାର୍ଯ୍ୟକ୍ରମରେ ଏହି ମତ ପ୍ରକାଶ ପାଇଛି। ଏଥିରେ ଟିଟିଲାଗଡ ଡ଼ିଏଭି ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପିକା ଡ଼ ଶବ୍ୟାରାଣୀ ସୁନା, ପୁଇଁତଲା ରେନବୋ କଲେଜର ଅଧ୍ୟାପକ ଦିଲୁ ବାଗ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଛାତ୍ର ବ୍ୟୋମକେଶ ଦତ ତ୍ରିପାଠୀ, ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ସ୍ୱୟଂପ୍ରଭା ପୂଝାରୀ ଓ ଆଁଚଲ ମହାପାତ୍ର ଅତିଥିବକ୍ତା ଭାବରେ ଯୋଗଦେଇ ସାମ୍ପ୍ରତିକ ଯୁବପିଢିଙ୍କ ଭିତରେ ଦକ୍ଷତା, ପାରଦର୍ଶିତା ଓ ଦୂରଦୃଷ୍ଟି ରହିଛି, ନୂତନ ଜ୍ଞାନ କୌଶଳର ସେମାନେ ଅଧିକାରୀ, ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଇ ସେମାନେ ସଫଳତା ପାଉଛନ୍ତି, ତେଣୁ ସେମାନଙ୍କୁ ସମାଜର ଶିକ୍ଷାବିତ ଏବଂ ବୁଦ୍ଧିଜୀବୀମାନେ ସଠିକ ମାର୍ଗଦର୍ଶନ କରି ଉତ୍ସାହିତ କରିବା ଆବଶ୍ୟକ ବୋଲି ମତ ରଖିଥିଲେ। ପରେ ପରେ ମତ ବିନିମୟ କାର୍ଯ୍ୟକ୍ରମରେ ଜିଲ୍ଲା ପାଠାଗାରର ଛାତ୍ର ଜିତେନ୍ଦ୍ର ଛତ୍ରିଆ, କବୟିତ୍ରୀ କସ୍ତୁରୀ ରଥ ଓ ଅନୁପ୍ରିୟା ମିଶ୍ର ନିଜ ନିଜ ମତ ରଖିଥିଲେ। କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ରଚନା'ର ବରିଷ୍ଠ ସଦସ୍ୟ ଓଁ ପ୍ରଣବ ନାୟକ ଏବଂ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ହରେକୃଷ୍ଣ ନାୟକ। ଏହି କାର୍ଯ୍ୟକ୍ରମରେ ସହରର ଅନେକ ବୁଦ୍ଧିଜୀବୀ, ସଂସ୍କୃତିପ୍ରେମୀ, ସାହିତ୍ୟିକ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande