ଗହ୍ମାପାଲି ଶିଶୁ ମନ୍ଦିରରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା
School level science exhibition
Science exhibition


ଝାରସୁଗୁଡ଼ା, ୦୯ ଅଗଷ୍ଟ (ହି.ସ.) - କୋଲାବିରା ବ୍ଲକ ପୋଖରାସାହ୍ଲେ ପଂଚାୟତ ଗହ୍ମପାଲିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ରବିବାର ଝାରସୁଗୁଡ଼ା ଜିଲ୍ଲା ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସ୍ୱର୍ଣ୍ଣମୟୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ସ୍ଥାନୀୟ ସରପଂଚ ଲକ୍ଷ୍ମୀପ୍ରିୟା ବେହେରା ମୁଖ୍ୟଅତିଥି ଓ ଅବସରପ୍ରାପ୍ତ ସ୍ୱାସ୍ଥ୍ୟ ପରିଦର୍ଶକ ମଦନାନନ୍ଦ ସେଟ୍ ମୁଖ୍ୟବକ୍ତା ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉତ୍ସବ ର ଶୁଭାରମ୍ଭ କରିଥିଲେ । ସଙ୍କୁଳ ସଂଯୋଜକ ଗଣେଶ ଖୁଂଟିଆ ସ୍ୱାଗତ ଭାଷଣ ଓ ତରେଇକେଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କଳତା ଧନ୍ୟବାଦ ଅର୍ପଣ କରିଥିଲେ । ଉଦଘାଟନ ଉତ୍ସବ ପରେ ବିଜ୍ଞାନ, ଗଣିତ ଓ ସଂସ୍କୃତ ଜ୍ଞାନର ବିଭିନ୍ନ ବିଷୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଝାରସୁଗୁଡ଼ା ସଙ୍କୁଳ ଅନ୍ତର୍ଗତ ୮ଟି ଶିଶୁ ବିଦ୍ୟାମନ୍ଦିରର ୨୯୦ ଜଣ ଭାଇଭଉଣୀ ଭାଗ ନେଇଥିଲେ । ୧୭ ଜଣ ପରିଚାଳକ ପରିଚାଳିକା ପ୍ରତିଯୋଗିତା ପରିଚାଳନା କରିଥିଲେ । ଏଥିରେ କୋଲାବିରା କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ରଘୁରାମ ନାୟକ, ବାଗମରା କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ସୁକାନ୍ତ ପଟେଲ, ବାଗମରା କଲେଜ ଅଧ୍ୟକ୍ଷ ମଧୁସୂଦନ ବଳବନ୍ତରାୟ, କେସେଇବାହଲ କଲେଜ ର ଅଧ୍ୟାପକ ବିକାଶ ଚନ୍ଦ୍ର ପାଣି, ଭାତଲାଇଡା ହାଇସ୍କୁଲ ଶିକ୍ଷକ ସୁନିଲ କଂଶରାଲି, ବିଦ୍ୟାଳୟର ପୂର୍ବ ଛାତ୍ର ରାଜାରାମ ସାହୁ ବିଚାରକ ଭାବେ ଯୋଗଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ସ୍ୱର୍ଣ୍ଣମୟୀ ନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ କୋଲାବିରା ବ୍ଲକ ଶିକ୍ଷା ଅଧିକାରୀ ପ୍ରକାଶ ସାହୁ ମୁଖ୍ୟଅତିଥି ଓ ସଙ୍କୁଳ ପ୍ରମୁଖ ତପନ ବାରିକ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କୃତୀ ଭାଇଭଉଣୀଙ୍କୁ ପୁରସ୍କୃତ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande