ଛାତ୍ରଛାତ୍ରୀଙ୍କ ପାଇଁ ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର କ୍ଲାସ୍
କେନ୍ଦ୍ରାପଡ଼ା, ୦୯ ଅଗଷ୍ଟ(ହି.ସ.) – ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ଓ ଭବିଷ୍ୟତରେ ବିଭିନ୍ନ ପ୍ରତିଯୋଗିତାମୂଳକ ତଥା ନିଯୁକ୍ତି ପରୀକ୍ଷାରେ ସଫଳତା ପାଇଁ ସେମାନଙ୍କୁ ଉତ୍ସାହିତ ଓ ମାର୍ଗଦର୍ଶନ କରିବା ଉଦ୍ଦେଶ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟର କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳ
ଛାତ୍ରଛାତ୍ରୀଙ୍କ ପାଇଁ ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର କ୍ଲାସ୍..


କେନ୍ଦ୍ରାପଡ଼ା, ୦୯ ଅଗଷ୍ଟ(ହି.ସ.) – ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ଓ ଭବିଷ୍ୟତରେ ବିଭିନ୍ନ ପ୍ରତିଯୋଗିତାମୂଳକ ତଥା ନିଯୁକ୍ତି ପରୀକ୍ଷାରେ ସଫଳତା ପାଇଁ ସେମାନଙ୍କୁ ଉତ୍ସାହିତ ଓ ମାର୍ଗଦର୍ଶନ କରିବା ଉଦ୍ଦେଶ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟର କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର କ୍ଲାସ୍ ନେଇଥିଲେ। ଏହି ଅବସରରେ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ଶିକ୍ଷା, କ୍ୟାରିୟର ଓ ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ ମତ ବିନିମୟ କରିଥିଲେ। ନିୟମିତ ଅଧ୍ୟୟନ, ସମୟର ସୁପରିଚାଳନା, ଆତ୍ମବିଶ୍ୱାସ ଓ ନିରନ୍ତର ଅଭ୍ୟାସ ମାଧ୍ୟମରେ ପ୍ରତିଯୋଗିତା ମୂଳକ ପରୀକ୍ଷାରେ କିପରି ସଫଳତା ହାସଲ କରାଯାଇ ପାରିବ, ସେନେଇ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ। ବିଶେଷକରି ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗପକ୍ଷରୁ ଅନଲାଇନ୍ କୋଚିଂ ସୁବିଧା ସମ୍ପର୍କରେ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ଏଥିସହିତ ମିଳୁଥିବା ପ୍ରଶିକ୍ଷଣର ସୁଯୋଗ ନେବାକୁ ସେ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ପ୍ରବେଶିକା ପରୀକ୍ଷା ସହିତ ବିଭିନ୍ନ ପ୍ରତିଯୋଗିତା ମୂଳକ ଓ ନିଯୁକ୍ତି ପରୀକ୍ଷା ପାଇଁ ମଧ୍ୟ ଉତମ ଭାବେ ପ୍ରସ୍ତୁତ ହେବାରେ ସହାୟକ ହେବ ବୋଲି ଜିଲ୍ଲାପାଳ କହିଥିଲେ। ଛାତ୍ରଛାତ୍ରୀମାନେ ଏହି ସୁଯୋଗର ସଠିକ୍ ଉପଯୋଗ କରି ନିଜର ଦକ୍ଷତା ବିକାଶ ସହ ଉଚ୍ଚଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାକୁ ଜିଲ୍ଲାପାଳ ଆହ୍ୱାନ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ +୨ ଛାତ୍ରଛାତ୍ରୀ ନିଜ ନିଜ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ/ମୁଖ୍ୟଙ୍କ ସହ ଯୋଗାଯୋଗ କରି ଅନଲାଇନ୍ କୋଚିଂର ସୁଯୋଗ ନେବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande