
ଭଦ୍ରକ, ୯ ଅଗଷ୍ଟ (ହି.ସ.) - -ଜବରଦଖଲ ସାଙ୍ଗ କୁ ବର୍ଷା ଋତୁ ପୂର୍ବରୁ ଅଳିଆ ଆବର୍ଜନା ରେ ପରିପୂର୍ଣ୍ଣ ଡ୍ରେନ ଗୁଡିକ ସଫା କରନାଜିବାରୁ ଚଳିତ ବର୍ଷ ର ସଳନ୍ଦୀ ନଦୀର ସାମାନ୍ୟ ବନ୍ୟାରେ ଭଦ୍ରକ ସହର ରେ କୁତ୍ରିମ ବନ୍ୟା ଦେଖା ଦେଲା.।ଜଳ ନିଷ୍କାସନ ବ୍ୟବସ୍ଥା ର ସୁପରିଚାଳନା ହୋଇପାରିଲା ନାହିଁ.।ସହର ର ବହୁ ୱାର୍ଡରେ ଭୟବାହ ବନ୍ୟା ପରିସ୍ଥିତି ଉପୁଜିଲା.।ଘର ଅଫିସ ଶିକ୍ଷା ଅନୁଷ୍ଠାନ ଓ ମନ୍ଦିର ରେ ଜଳ ପ୍ରବେଶ କରି ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇପଡ଼ିଲା।ଏପରିକି ଅନ୍ୟୁନପାୟ ହୋଇ ସହରାଞ୍ଚଳର କେତକ ସ୍ଥାନରେ ରାସ୍ତା ଓ ମୁଖ୍ୟ ସଡ଼କ ପଥ କୁ କାଟି ଯୋଗାଯୋଗ ବିଛିନ୍ନ କରିବାକୁ ପ୍ରଶାସନ ବାଧ୍ୟ ହେଲା।୧୨ ନମ୍ବର ୱାର୍ଡ ର କଚେରୀ ବଜାର ଅଂଚଳରେ ଥିବା ବିଭିନ୍ନ ଅଫିସ ବାସଗୃହ ଗୁଡିକ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେବା ପଳରେ ଭଦ୍ରକ ସହରର ମୁଖ୍ୟ ମୋଚି ଛକ -ମା ଭଦ୍ରକଳୀ ରାସ୍ତାର ପୂର୍ବତନ ପୌରାଧ୍ୟକ୍ଷ ମାନସ ମହାନ୍ତି ଙ୍କ ଘର ସମୁଖ ରାସ୍ତା କୁ ଗତ ୭ତାରିଖରେ ପ୍ରଶାସନ କାଟି ଦେଇଥିଲା।ଫଳରେ ୧୫ଟି ୱାର୍ଡ ଓ ୭ଟି ପଂଚାୟତ ସହ ଯୋଗାଯୋଗ ତିନିଦିନ ଧରି ବିଛିନ୍ନ ହୋଇପଡିଛି।ଏହି ରାସ୍ତାରେ ଦୈନିକ ୩୦ ହଜାରରୁ ଉର୍ଦ୍ଧ ଲୋକ ଯାତାୟତ କରିଥାନ୍ତି। ଏହିସବୁ ଅଂଚଳର ବହୁ ଲୋକ ବ୍ୟବସାୟବକରିବା ପାଇଁ କଚେରୀ ମାର୍କେଟକୁ ଆସିଥାନ୍ତି। ଏହା ବ୍ୟତୀତ ଭଦ୍ରକ ମହିଳା କଲେଜର ଛାତ୍ରୀମାନେ ତିନି ଦିନ ଧରି ଯାତାୟତରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ ମା ଭଦ୍ରକାଳୀଙ୍କ ଦର୍ଶନ ପାଇଁ ବାହାରୁ ଆସୁଥିବା ବହୁ ଶ୍ରଦ୍ଧାଳୁ ଭକ୍ତ ତିନି ଦିନ ଧରି ବାଟ ବଣା ହୋଇପଡୁଥିବାର ଜଣାଯାଇଛି। ଏବେ ବନ୍ୟାଜଳ ହ୍ରାସ ପାଇଥିଲେ ମଧ୍ୟ ପ୍ରଶାସନ କଟା ଯାଇଥିବା ଏହି ରାସ୍ତାକୁ ଗମନା ଗମନ ଉପଯୋଗୀ କରୁ ନ ଥିବାରୁ ୧୨ ନମ୍ବର ୱାର୍ଡ ବାସିନ୍ଦା ଓ ପୁରୁଣା ବଜାର ଅଂଚଳର ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ତେବେ ୧୨ ୱାର୍ଡର କାଉନସିଲର ହେମନ୍ତ ସାହୁ କହିଛନ୍ତି ଉପଜିଲ୍ଲାପାଳ ଙ୍କ ସହ ଏ ନେଇ ସେ ଆଲୋଚନା କରିଥିଲେ। ତାଙ୍କ ସୂଚନା ମୂଳେ ଆସନ୍ତାକାଲି ପୂର୍ତ୍ତ ବିଭାଗ ଦ୍ୱାରା ଏହି ସଡ଼କ ପଥ ଟିକୁ ଗମନା ଗମନ ଯୋଗ୍ୟ କରାଯିବ ବୋଲି ଉପ ଜିଲ୍ଲାପାଳ ତାଙ୍କୁ ପ୍ରତିଶୃତି ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
---------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ