ଧାମନଗର ପ୍ରେସ୍ କ୍ଲବ୍ ପକ୍ଷରୁ ବନ୍ୟାଞ୍ଚଳ ରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ
ଭଦ୍ରକ, ୯ ଅଗଷ୍ଟ (ହି.ସ.) -ଧାମନଗର ପ୍ରେସ କ୍ଲବ ପକ୍ଷରୁ କଣ୍ଟିକା ଉନ୍ନୀତ ବିଦ୍ୟାଳୟ ପରିସରରେ ରବିବାର ପୂର୍ବାହ୍ନରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ସଫଳତାର ସହ ଆୟୋଜିତ ହୋଇଛି। ପଞ୍ଚାୟତ ସରପଞ୍ଚ ଜଗଦାନନ୍ଦ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଏହି
dhamnagar press club pakhyaru swastyseba


ଭଦ୍ରକ, ୯ ଅଗଷ୍ଟ (ହି.ସ.) -ଧାମନଗର ପ୍ରେସ କ୍ଲବ ପକ୍ଷରୁ କଣ୍ଟିକା ଉନ୍ନୀତ ବିଦ୍ୟାଳୟ ପରିସରରେ ରବିବାର ପୂର୍ବାହ୍ନରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ସଫଳତାର ସହ ଆୟୋଜିତ ହୋଇଛି। ପଞ୍ଚାୟତ ସରପଞ୍ଚ ଜଗଦାନନ୍ଦ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଏହି ଶିବିରରେ କଟକ ସ୍ଥିତ ବରିଷ୍ଠ ପେଟ ରୋଗ ବିଶେଷଜ୍ଞ ଡ଼ା. ଅଜିତ ପ୍ରସାଦ ଯେନା ଙ୍କ ସମେତ ଫାର୍ମାସିଷ୍ଟ ଲୋପାମୁଦ୍ରା ଧଳ ଓ ମୋନାଲିସା ନାୟକ, ପର୍ଶୁରାମ ଦାସ, ଜ୍ୟୋତିରଂଜନ ଦାସ, ରୁଦ୍ରନାରାୟଣ ପୋଥାଳ ପ୍ରମୁଖ ସ୍ୱାସ୍ଥ୍ୟ କର୍ମୀମାନେ ଉପସ୍ଥିତ ହୋଇ ରୋଗୀମାନଙ୍କୁ ପରୀକ୍ଷା ନିରୀକ୍ଷା କରି ସେବା ଯୋଗାଇଥିଲେ।ଏହି ଶିବିରରେ ପ୍ରାୟ ୩ ଶହରୁ ଉର୍ଦ୍ଧ ବିଭିନ୍ନ ରୋଗୀଙ୍କୁ ଚିକିତ୍ସା କରାଯିବା ସହି ମାଗଣା ଔଷଧ ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ ନାୟକ ଯୋଗ ଦେଇ ଉକ୍ତ ସେବା କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରେସ କ୍ଲବ ର କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ଜେନା, ସାଧାରଣ ସମ୍ପାଦକ ସରୋଜ କୁମାର ସେଠୀ, ସାମ୍ବାଦିକ ବୈକୁଣ୍ଠ ନାଥ ସାହୁ, ସୁଧାକର ଦାଶ, ରମେଶ ଚନ୍ଦ୍ର ବେହେରା , ଅଭିମନ୍ୟୁ ମଲ୍ଲିକ, ସନ୍ତୋଷ କୁମାର ମହାପାତ୍ର, ଜଗନ୍ନାଥ ବେହେରା, ସୁଦୀପ୍ତ ଖଟୁଆ, ତାପସ ରଂଜନ ସାହୁ, ସଞ୍ଜୀବ ମହାନ୍ତି, ବିଶ୍ୱଜିତ୍ ପଲାଇ, ଗୌରାଙ୍ଗ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ି ।

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande