ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧ ମୃତ : ଗାଁରେ ଶୋକାକୂଳ ପରିବେଶ
ଧର୍ମଶାଳା,୯ଅଗଷ୍ଟ(ହି.ସ) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ମଙ୍ଗଳପୁର ପଂଚାୟତସ୍ଥ ନୂଆକୂଳ ଗ୍ରାମର ମାଧବାନନ୍ଦ ମହାନ୍ତିଙ୍କର କଟକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି। ପରଲୋକ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । କଟକ ପୁଲିସ ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଚ୍ଛ
ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧ ମୃତ : ଗାଁରେ ଶୋକାକୂଳ ପରିବେଶ


ଧର୍ମଶାଳା,୯ଅଗଷ୍ଟ(ହି.ସ) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ମଙ୍ଗଳପୁର ପଂଚାୟତସ୍ଥ ନୂଆକୂଳ ଗ୍ରାମର ମାଧବାନନ୍ଦ ମହାନ୍ତିଙ୍କର କଟକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି। ପରଲୋକ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । କଟକ ପୁଲିସ ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତରିତ କରିଥିଲା । ତାଙ୍କ ମର ଶରୀର ନୂଆକୂଳ ଗ୍ରାମରେ ପଂହଚିବା ପରେ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳି ଯାଇ ଥିଲା । ସୂଚନା ଥାଉକି, ସ୍ୱର୍ଗତ ମହାନ୍ତି ସପ୍ତାହ ପୂର୍ବେ ପାରିବାରିକ କଳହକୁ ନେଇ ସେ ଘାସ ମରା ଔଷଧ ପିଇ ଦେଇଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ କଟକ ମେଡିକାଲରେ ଭର୍ତି କରିଥିଲେ । ତେବେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande