
ଭଦ୍ରକ, ୧ ସେପ୍ଟେମ୍ବର (ହି.ସ.) - ଉପରମୁଣ୍ଡରେ ଲଗାଣ ବର୍ଷା ତଳମୁଣ୍ଡରେ ବଢ଼ି। ଏପରିକି ଏକମାସ ମଧ୍ୟରେ ବୈତରଣୀ ନଦୀରେ ପାଂଚ ପାଂଚ ଥର ବନ୍ୟା ଆସିବାରୁ ବିପନ୍ନଙ୍କୁ ଦୁର୍ବିସହ କରିଲାଣି। ବିଶେଷକରି ବୈତରଣୀ ନଦୀ ବୋଡକ ନିକଟରେ କୂଳ ଲଘିଂବାରୁ ୨୦ ନମ୍ବର ଜାତୀୟ ରାଜପଥର ପୁଣି ୧ଶହ ଫୁଟର କଂକ୍ରିଟ ରାସ୍ତା ଧୋଇ ଯିବା ସହ ଘାଇ ସୃଷ୍ଟି ହେବାରେ ଲାଗିଛି। ପୂର୍ବରୁ ଆସିଥିବା ବନ୍ୟାରେ ଦଜଢକିମି ରାସ୍ତା ଧୋଇଯିବା ସହ ୫ଶହ ଫୁଟର ଘାଇ ସୃଷ୍ଟି ହୋଇଥିଲା। ଗତ ୩ଦିନ ହେବ ତତ୍କାଳ ମଧ୍ୟରେ ଘାଇ ସ୍ଥାନରେ ବଲ୍ଲା ଓ ବାଲିବସ୍ତା ଦିଆଯାଇ ଅସ୍ଥାୟୀ ମରାମତି ହୋଇଥିଲା। ହେଲେ ବୈତରଣୀ ନଦୀ ଉଛୁଳିପଡିବା ସହ ଅନେକ ସ୍ଥାନରେ ବାଲିବସ୍ତାକୁ ବନ୍ୟାପାଣି ଧୋଇନେବାରୁ ସିଧାସଳଖ ଭାବେ ବନ୍ୟାପାଣି ଚାଷଜମି ଓ ଜନବସତିକୁ ମାଡ଼ି ଚାଲିଛି। ଦୀର୍ଘ ୧ମାସ ହେବ ବୈତରଣୀ ନଦୀରେ ଆସିଥିବା ୫ଥର ବନ୍ୟାରେ ବିଶେଷଭାବେ କ୍ଷତି ହୋଇଛି ଚାନ୍ଦବାଲି ବ୍ଲକର ଆରଡି, ଓଳଗ, ସୁନ୍ଦରପୁର, ନାନ୍ଦପୁର ୪ଟି ପଂଚାୟତର ୨୪ ଗାଁ। ତାହାସହ ଅନେକ ଶିକ୍ଷାନୁଷ୍ଠାନ ଦୀର୍ଘ ୧ମାସ ହ୍ୱେ ପାଣିଘେରରେ ରହିଥିବାରୁ ପିଲାଙ୍କ ପାଠପଢା ବସ୍ତାନିରେ ଡୋରୀ ପଡ଼ିଯାଇଛି। ତାହାସହ ନଦୀତଟବର୍ତୀ ଓ ତଳିଆ ଅଂଚଳରେ ବସବାସ କରୁଥିବା ଲୋକ ଦୀର୍ଘ ୧ମାସରୁ ଉର୍ଦ୍ଧ ହେବ ନଦୀବନ୍ଧ ଓ ରାଜରାସ୍ତା କଡ଼ରେ ଆଶ୍ରୟ ନେଇଛନ୍ତି। ବୋଡକ ନିକଟରେ ଘାଇ ଓ କଂକ୍ରିଟ ରାସ୍ତାର ପାଣିକୋଇଲି ଅଧିନ ଏନ୍ ଏଚ ବିଭାଗ ପକ୍ଷରୁ କୋଟିକୋଟି ଟଙ୍କା ବ୍ୟୟବରାଦ କରାଯାଇ ଅସ୍ଥାୟୀ ମରାମତି କରାଯାଉଥିଲେ ମଧ୍ୟ ବହୁ ସ୍ଥାନରେ ରାସ୍ତାର ଉଭୟ ପାର୍ଶ୍ୱରୁ ବାଲି, ମାଟି ପୁଣି ଧୋଇଯାଇଛି। ନଦୀର ବନ୍ୟାପାଣି ଏତେ ପ୍ରଖର ରହିଛି ଯାହାକି ଆଖଣ୍ଢଳମଣି- କୁଆଖିଆ ମଧ୍ୟରେ ଯାତାୟତ ଠପ୍ ହୋଇଯାଇଛି। ଏଥିସହ ମୁଁଆ ଓ ଡିହସାହି ଘୋଷରାରେ ୩/୪ଫୁଟ ଉଚ୍ଚରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ୨୦ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବୈତରଣୀ ନଦୀର ବନ୍ୟା ନିୟନ୍ତ୍ରଣ ପାଇଁ ଗତ ୪ ବର୍ଷ ମଧ୍ୟରେ ୧୫କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହେଲାଣି, ହେଲେ ବର୍ଷାଋତୁ ଆସିଲେ ବନ୍ୟାପାଣି କୂଳ ଲଘିଂ ଜନବସତିକୁ ମାଡିବା ସହ ଚାଷୀଙ୍କର ବର୍ଷକର ଆହାର ଉଜୁଡି ଯାଉଛି। ବନ୍ୟାରେ ଧୋଇଯାଇଥି୍ୱା ଆଖଣ୍ଡଳମଣି- କୁଆଖିଆ ଜାତୀୟ ରାଜପଥ ବାବଦରେ କଟକ ଏନ୍ ଏଚ. ଆଇ ବିଭାଗର ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଆର୍ଦଶ ପାଣିଗ୍ରାହୀଙ୍କୁ ପଚାରିବାରୁ ମରାମତି ଚାଲୁଥିବା ବେଳେ ପୁଣି ବନ୍ୟା ଆସିବାରୁ ବହୁ କ୍ଷତି ଘଟିଛି, ତାହାର ସ୍ଥାୟୀ ପ୍ରତିକାର ପାଇଁ ଏନ୍ ଏଚ. ଆଇ ପକ୍ଷରୁ ଡିପିଆର ପ୍ରସ୍ତୁତ ହେଉଛି। ଏବେ ଅସ୍ଥାୟୀ ମରାମତି କରାଯାଉଛି। ଯାହା ପୁଣି ହୋଇଯିବ ତତ୍କାଳ ମଧ୍ୟରେ ରାସ୍ତାର ସ୍ୱଭାବିକ ଆଣିବା ପାଇଁ ବିଭାଗ ସଜାଗ ରହିଥିବା କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ