
ଗଞାମ, ୦୧ ସେପ୍ଟେମ୍ବର (ହି.ସ.) - ହାଇକୋର୍ଟର ସର୍ଲ ମୂଳକ ଜାମିନ ପାଇ ଆଜି ସନ୍ଧ୍ୟାରେ ପୂର୍ବତନ ବିଧାୟକ ତଥା ବିଜେଡି ନେତା ବିକ୍ରମ ପଣ୍ଡା ବ୍ରହ୍ମପୁର ଜେଲରୁ ବାହାରିଛନ୍ତି। ଏହି ସମୟରେ ତାଙ୍କୁ ସ୍ୱାଗତ ଜଣାଇବା ପାଇଁ ରାଜ୍ୟ ବିଜେଡି ନେତୃବୃନ୍ଦ ଦେବୀ ମିଶ୍ର, ପ୍ରତାପ ଜେନା, ଚିନ୍ମୟ ସାହୁଙ୍କ ସମେତ ଜିଲ୍ଲାରୁ ପ୍ରାୟ ତିନି ହଜାରରୁ ଉର୍ଦ୍ଧ୍ୱ ସମର୍ଥକ ଓ ଦଳୀୟ କର୍ମୀ ଫୁଲତୋଡ଼ା, ଫୁଲ ମାଳ ଦେଇ ଭିଡ଼ ଜମାଇ ଥିଲେ। ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାରେ ପୁଲିସ ଦ୍ୱାରା ଅଭିଯୁକ୍ତ ହୋଇ ଗିରଫ ହୋଇ ନଭେମ୍ବର ୬ ତାରିଖରୁ ସେ ବ୍ରହ୍ମପୁରର କେନ୍ଦ୍ରୀୟ ଜେଲରେ ଥିଲେ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ