ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ଫୁଟବଲ ଟୁର୍ଣ୍ଣାମେଣ୍ଟ ୮ ଗୋଟି ପଡିଆରେ ଏକକାଳିନ ଉଦ୍ଘାଟିତ
ବଲାଙ୍ଗିର, 01 ସେପ୍ଟେମ୍ବର (ହି.ସ.) ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ୮ ଗୋଟି ପଡିଆରେ ଫୁଟବଲ ଖେଳ ଏକକାଳିନ ଉଦ୍ଘାଟିତ ହୋଇଯାଇଛି । ଚୁଡାପାଲି ହାଇସ୍କୁଲ ପଡିଆରେ ରେଙ୍ଗଟାସିଲ ୪-୧ ଗୋଲ ରେ ଭୁଣ୍ଡିିମୁହାଣ କୁ ହରାଇଲା । ଅତିଥି ଭାବେ ପୂର୍ବତନ ଖେଳାଳି ଲୋକନାଥ କୁମୁରା, ନିଳମଣି ଦଣ୍ଡସେନା, ଦିଲିପ
ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ଫୁଟବଲ ଟୁର୍ଣ୍ଣାମେଣ୍ଟ  ୮ ଗୋଟି ପଡିଆରେ ଏକକାଳିନ ଉଦ୍ଘାଟିତ


ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ଫୁଟବଲ ଟୁର୍ଣ୍ଣାମେଣ୍ଟ  ୮ ଗୋଟି ପଡିଆରେ ଏକକାଳିନ ଉଦ୍ଘାଟିତ


ବଲାଙ୍ଗିର, 01 ସେପ୍ଟେମ୍ବର (ହି.ସ.) ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ୮ ଗୋଟି ପଡିଆରେ ଫୁଟବଲ ଖେଳ ଏକକାଳିନ ଉଦ୍ଘାଟିତ ହୋଇଯାଇଛି । ଚୁଡାପାଲି ହାଇସ୍କୁଲ ପଡିଆରେ ରେଙ୍ଗଟାସିଲ ୪-୧ ଗୋଲ ରେ ଭୁଣ୍ଡିିମୁହାଣ କୁ ହରାଇଲା । ଅତିଥି ଭାବେ ପୂର୍ବତନ ଖେଳାଳି ଲୋକନାଥ କୁମୁରା, ନିଳମଣି ଦଣ୍ଡସେନା, ଦିଲିପ ବେହେରା, ମନୋଜ ମଲ, ବୁଦ୍ଧଦେବ ନାଏକ ଓ ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ଯୋଗ ଦେଇଥିଲେ । ଟିଟିଲାଗଡ ସିଟି ସ୍କୁଲ ପଡିଆରେ ଖଜୁରପଡା ୧-୦ ଗୋଲ ରେ ବ୍ଲେସିଙ୍ଗଷ୍ଟାର କୁ ହରାଇଲା । ଅତିଥି ଭାବେ ଟିଟିଲାଗଡ ଏଥେଲେଟିକ୍ ଏସୋସିଏସନ ସଭାପତି ରାଧାକାନ୍ତ ପାଢି ଯୋଗ ଦେଇଥିଲେ । ଖୁଜେନପାଲି ପଡିଆରେ କୁରୁଲ ୩-୦ ଗୋଲରେ ରିସନ କାଲସାଏପାଲି କୁ ହରାଇଲା । ଅତିଥି ଭାବେ ଖୁଜେନପାଲି ସରପଂଚ ରଂଜିତା ପାଣିଗ୍ରାହୀ ଓ ସୁରେଶ ଚନ୍ଦ୍ର ସିଂ ଯୋଗ ଦେଇଥିଲେ । ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ସାଇଟ ସଦାଇପାଲି ୨-୧ ଗୋଲରେ ଛତାବାହାଲ କୁ ହରାଇଲା । ଫାଓ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ଉଦ୍ଘାଟନ କରିଥିବା ବେଳେ ଅତିଥି ଭାବେ ସାଇଟ ସଂପାଦକ ଡା. ନାରାୟଣ ପ୍ରସାଦ ମିଶ୍ର, ପ୍ରଧାନ ଶିକ୍ଷକ ବୃନ୍ଦାବନ ମହାକୁର ଓ ଅଧ୍ୟକ୍ଷ ସନ୍ତୋଷ କୁମାର ବ୍ରହ୍ମା ଯୋଗ ଦେଇଥିଲେ । ଟାଉନ ହାଇସ୍କୁଲ ପଡିଆରେ ଗେର୍ଡି ୩-୨ ଗୋଲରେ ଫଟାମୁଣ୍ଡା କୁ ହରାଇଲା । କ୍ରୀଡା ସଂସଦର ଉପସଭାପତି କୃଷ୍ଣ ଚନ୍ଦ୍ର ମିଶ୍ର ଉଦ୍ଘାଟନ କରିଥିବା ବେଳେ ଅତିଥି ଭାବେ ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ଯ୍ୟ, ଶତୃଘନ ସିଂହ, କ୍ରିକେଟ ସଂପାଦକ ଓମ୍ ପ୍ରକାଶ ଚାନ୍ଦ, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା, ବରିଷ୍ଠ ସଦସ୍ୟ ଜୟରାମ ମିଶ୍ର, ପ୍ରଭାତ କୁମାର ମିଶ୍ର ଓ କୋଷାଧ୍ୟକ୍ଷ ହେମନ୍ତ ବେହେରା ଯୋଗ ଦେଇଥିଲେ । ଜରାସିଂହା ମିନି ଷ୍ଟାଡିୟମରେ ଚନ୍ଦ୍ରପୁର ୨-୦ ଗୋଲରେ ବଡଙ୍ଗୋମୁଣ୍ଡାକୁ ହରାଇଲା । ବିଏନ୍ଏଏ ସଭାପତି ବୈଲୋଚନ ବଗର୍ତ୍ତି, ସଂପାଦକ ରାଜ କିଶୋର ସେଠ ଓ ପୂର୍ବତନ ଖେଳାଳି ଅଶୋକ ଥନାପତି ଅତିଥି ଭାବେ ଯୋଗ ଦେଇଥିଲେ । ଲୋଇସିଂହା ମିନି ଷ୍ଟାଡିୟମରେ ତେତେଲଖୁଣ୍ଟି ୨-୦ ଗୋଲରେ ଫାସଡ କୁ ହରାଇଲା । ଅତିଥି ଭାବେ ଯୁବ ନେତା ଦିଲିପ କୁମାର ବେହେରା ଓ ସ୍ମିତା ମିଶ୍ର ଯୋଗ ଦେଇଥିଲେ । ହଲଦି ପଡିଆରେ ଟିକ୍ରାପଡା ୧-୦ ଗୋଲ ରେ ସିହିନି କୁ ହରାଇଲା । ଅତିଥି ଭାବେ ମୁରିବାହାଲ ବ୍ଲକ ଚେୟାରମେନ ହରିବନ୍ଧୁ ମେହେର, ଲେବଡା ପିଏଚ୍ସି ଡା. ସତିଶ ଚନ୍ଦ୍ର ମେହେର ଓ ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ପଟ୍ଟନାୟକ ଯୋଗ ଦେଇଥିଲେ । ଖେଳକୁ ବୈକୁଣ୍ଠ ଜେନା, ଅଭିଷେକ ପ୍ରଧାନ, ପୁରୁଷୋତ୍ତମ ବୁଡେକ, ମଣ୍ଟୁ ବେହେରା, ଦେବରାଜ ନାହାକ, ବିନୋଦ ପ୍ରଧାନୀ, ମୋହନ ପ୍ରଧାନୀ, ପ୍ରିତମ ନାଏକ, ରାଜେଶ ସ୍ୱାଇଁ, ଧୁବଳେଶ୍ୱର ଦଳବେହେରା, ସଂଜିବ ମହାରଣା, ସୁଦର୍ଶନ ସେଠ, ସୁରେଶ ନାଏକ, ସୁଧାଂଶୁ ସେଠ, ସୁନିଲ ଚନ୍ଦ୍ର ବିଶ୍ୱାଲ, ସଂଜନ କୁଦେଇ, ଦୋଳଗୋବିନ୍ଦ ମୁଣ୍ଡା, ଶୁଶାନ୍ତ ନାଗ, ରେବତି ରମନ ବାଙ୍କ, ଅବଦୁଲ ମୁଜିବ, ସତ୍ୟ ଦଣ୍ଡସେନା, ଭୁବନେ ଭୋଇ, ଡୋଳାମଣି ବଗର୍ତ୍ତି, କୁନ୍ତେ ମେହେର, ଉଜ୍ଜଳ ଝାଙ୍କର, ପାଣ୍ଡବ ବିଶି, ରିଙ୍କୁ ବିଶି, ଗୌରହରି ପୁଟେଲ, ପ୍ରତାପ ଭୁକ୍ତା, ଦେବାଶିଷ ବାଗ, ବିକି ବିଶି, ଉମେଶ ଭୋଇ, ଧନେଶ୍ୱର ସେଠ, ନରସିଂସ୍ୱାମୀ ନାଇଡୁ, ବିଜୟ ରଣା, ଅଞ୍ଜନ ବେସ୍ରା, ରୋଶନ ମେହେର, ଭୋଲାନାଥ ନାଏକ ଓ ପ୍ରତୀପ ବଗର୍ତ୍ତି ଖେଳ ପରିଚାଳନା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande