
କେନ୍ଦ୍ରାପଡ଼ା, ୦୧ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଅର୍ବାନକୋପରେଟିଭ ବ୍ୟାଙ୍କ ପୁରୁଣା ବସଷ୍ଟାଣ୍ଡ ଶାଖା ଗ୍ରାହକମାନଙ୍କୁ ପ୍ରତ୍ୟେକ କାର୍ଯ୍ୟଦିବସରେ ସନ୍ଧ୍ୟା ୭ଟା ଯାଏ ସେବା ଯୋଗାଇ ଦେବାକୁ ନିଷ୍ପତି ନିଆଯାଇଛି। ଏହି ଶାଖା ବୁଧବାର ଠାରୁ ପ୍ରତ୍ୟେକ କାର୍ଯ୍ୟ ଦିବସରେ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଗ୍ରାହକମାନଙ୍କୁ ଆର୍ôଥକ କାରବାର(ଦେଣ, ନେଣ) ସେବା ଯୋଗାଇ ଦେବାକୁ ବ୍ୟାଙ୍କର ପରିଚାଳନା ପରିଷଦ ନିଷ୍ପତି ଗ୍ରହଣ କରିଛି। ଏହିସେବା କେବଳ ଅର୍ବାନବ୍ୟାଙ୍କ ପୁରୁଣା ବସଷ୍ଟାଣ୍ଡ ଶାଖାରେ ଉପଲବ୍ଧ ହେବ। ଜିଲ୍ଲାର କେନ୍ଦ୍ରାପଡ଼ା ଅର୍ବାନ ବ୍ୟାଙ୍କ ପ୍ରଥମ ବ୍ୟାଙ୍କ ଯିଏକି ଏଭଳି ସେବା ଗ୍ରାହକମାନଙ୍କୁ ଯୋଗାଇ ଦେଉଛି। ଆଗାମୀ ଦିନରେ ଏହି ସେବା ପର୍ଯ୍ୟାୟ କ୍ରମେ ପୂର୍ବାହ୍ନ ୮ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଉପଲବ୍ଧ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଫଳରେ ଗ୍ରାହକମାନେ ଅଧିକ ଉପକୃତ ହୋଇପାରିବେ ବୋଲି ବ୍ୟାଙ୍କ ପରିଚାଳନା ପରିଷଦ ସଭାପତି ଗୁରୁପ୍ରସାଦ ମହାନ୍ତି ଏକ ପ୍ରେସ୍ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି