
କେନ୍ଦ୍ରାପଡ଼ା, ୦୧ ସେପ୍ଟେମ୍ବର(ହି.ସ.) – ମାର୍ଶାଘାଇ ମହିଳା ମହାବିଦ୍ୟାଳୟ ପରିସରରେ ସ୍ୱଦେଶୀ ଜାଗରଣ ମଂଚ ଆନୁକୂଲ୍ୟରେ ସ୍ୱାବଲମ୍ବୀ ଭାରତ ଅଭିଯାନ ପରିପ୍ରେକ୍ଷୀରେ ଉଦ୍ୟମିତା ପ୍ରୋତ୍ସାହନ କାର୍ୟ୍ୟକ୍ରମ' ଅନୁଷ୍ଠିତ ହେଇଯାଇଛି। ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷା ଜ୍ୟୋତ୍ସନାମୟୀ ମହାପାତ୍ରଙ୍କ ସଭାପତିତ୍ୱରେ ଅଭିଯାନର ଜିଲ୍ଲା ସମନ୍ୱୟକ ଅଭିମନ୍ୟୁ ଗୋଛାୟତ, ଜିଲ୍ଲା ଯୁବା ପ୍ରମୁଖ ତଥା ଯୁବ ଉଦ୍ୟୋଗୀ ଅଶ୍ୱିନୀ କୁମାର ବେହେରା, ଉତ୍କଳ ସାମ୍ବାଦିକ ସଂଘର କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ହିମାଂଶୁ ନାୟକ ଏବଂ ପୂର୍ଣ୍ଣକାଳୀନ ରଶ୍ମିରଂଜନ ସେଠୀ ଉପସ୍ଥିତ ରହି ସମସ୍ତ ଯୁବକମାନେ ପାଠପଢ଼ାପରେ କେବଳ ସରକାରୀ ଚାକିରୀ ପଛରେ ନପଡ଼ି ନିଜକୁ ଆତ୍ମନିର୍ଭରଶୀଳ ହୋଇ ଅର୍ଥ ଉପାର୍ଜନ କରିବାର ପନ୍ଥା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଥିଲେ। ଭାରତବର୍ଷକୁ ୨୦୪୭ ମସିହା ସୁଦ୍ଧା ଏକ ବିକଶିତ ରାଷ୍ଟ୍ର ରୂପେ ଗଢ଼ି ତୋଳିବାକୁ ହେଲେ ସମସ୍ତ ଦେଶବାସୀ ସ୍ୱଦେଶୀ ଦ୍ରବ୍ୟ ବ୍ୟବହାର କରିବା ସହ ଭୋକାଲ ଫର ଲୋକାଲ' ମାଧ୍ୟମରେ ଦେଶୀୟ ବସ୍ତୁର ଆଦର ଓ ପ୍ରୋତ୍ସାହନ ବଢ଼ାଇବା ସହ ଯୁବ ସମାଜକୁ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ ଯାହାଦ୍ୱାରା ଦେଶର ଅର୍ଥନୀତିରେ ବ୍ୟାପକ ପରିବର୍ତନ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଆଶିଷ କୁମାର ଦାସ, ଜୀବନ ପ୍ରଦୀପ ଦାସ, ତନୁଜ କୁମାର ଜେନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି