

ଭୁବନ ଏନ୍ ଏ ସି ରେ ୧୦ଟି ହାଇମାଷ୍ଟ ଲାଇଟ୍ ପାଇଁ ଶିଳାନ୍ୟାସ
ଆଲୋକିତ ଭୁବନ,ସୁରକ୍ଷିତ ଭୁବନ:ନଗରପାଳ
ଭୁବନ, 01 ସେପ୍ଟେମ୍ବର (ହି.ସ.)ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରାୟ ୩ କୋଟି ଟଙ୍କା ବ୍ୟୟରେ ୧୦ ଟି ହାଇମାଷ୍ଟ ଲାଇଟ ସହିତ ୮୭୦ଟି ନୂଆ ଇଲେକ୍ଟ୍ରିକ୍ ଖୁଣ୍ଟ, ଲାଇଟ୍ ଓ କେବୁଲ୍ ସ୍ଥାପନ କାର୍ଯ୍ୟ ସକାଶେ ମଙ୍ଗଳବାର ଶିଳାନ୍ୟାସ କରାଯାଇ ଶୁଭାରମ୍ଭ ହୋଇଛି। ଏହି ଜନହିତକର କାର୍ଯ୍ୟର ଶୁଭାରମ୍ଭ ବାଇପାସ୍ କୋର୍ଟ ଛକରେ କରାଯାଇଛି। ନଗରପାଳ ଶୁଭେନ୍ଦୁ କୁମାର ସାହୁ ନଡ଼ିଆ ଭାଙ୍ଗି ଶିଳାନ୍ୟାସ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷା ମାନିନୀ ସାହୁ ଙ୍କ ସମେତ କାଉନସିଲର ଗିରିଧାରୀ ସାହୁ,ପପୁ କୁମାର ସାହୁ ଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଶେଷ କରି ଗ୍ୟାଙ୍ଗଷ୍ଟାର କ୍ଲବର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ । କୋର୍ଟ ଛକ,ପେଟ୍ରୋଲ ପମ୍ପ ଛକ ( ବାଇପାସ୍ ଛକ ),ଥାନା ଛକ,ଜଗନ୍ନାଥ ମନ୍ଦିର ,ବଡ଼ହାଟ,ରଗଡି ଛକ, ରଗଡି କ୍ରିମାଟୋରିଅମ , ଗୋଡ଼ି ପୋଖରୀ ଛକ, ଚିନରା ପୋଖରୀ ଛକ,ବାଉଁଶକଣ ଛକ ମାନଙ୍କରେ ହାଇମାଷ୍ଟ ଲାଇଟ୍ ସ୍ଥାପନ ହେବ । ଏହି ସମସ୍ତ ସ୍ଥାନରେ ଆଲୋକର ବିଶେଷ ଆବଶ୍ୟକତା ଥିଲା। ଏହି ପଦକ୍ଷେପ ଫଳରେ ରାତ୍ରି ସମୟରେ ଯାତାୟାତ ଅଧିକ ସୁରକ୍ଷିତ ହେବା ସହ ଭୁବନର ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ପାଇବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।
ଭୁବନର ବିକାଶ ପାଇଁ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ଆମେ ସମସ୍ତେ ଏକାଠି ହେବା ଦରକାର ।
ଆଲୋକିତ ଭୁବନ, ସୁରକ୍ଷିତ ଭୁବନ — ଏହା ହିଁ ଆମର ସଂକଳ୍ପ ବୋଲି ନଗରପାଳ ଶୁଭେନ୍ଦୁ କୁମାର ସାହୁ ମତବ୍ୟକ୍ତ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ