କଟାଗଛର କାଠ ମାଗିବାକୁ ନେଇ ବଚସା, କୁରାଢ଼ିରେ ଆକ୍ରମଣ କରି ବୃଦ୍ଧଙ୍କୁ ହତ୍ୟା

ସମ୍ବଲପୁର , 01 ସେପ୍ଟେମ୍ବର (ହି.ସ.)କଟାଗଛର କାଠ ମାଗିବାକୁ ନେଇ ବଚସା, କୁରାଢ଼ିରେ ଆକ୍ରମଣ କରି ବୃଦ୍ଧଙ୍କୁ ହତ୍ୟା ଏଭଳି ଘଟଣାକୁ ନେଇ ସମଗ୍ର ଗୋବିନ୍ଦପୁର ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ଅଭିଯୁକ୍ତକୁ ପୋଲିସ ଗିରଫ କରିବା ସହ କୁରାଢ଼ି ଓ କାଠ ଫାଳିଆ ଜବତ କରିଛି । ସୂଚନାନୁଯାୟୀ କଟା ଯାଇଥିବା କିଛି ଗଛର କାଠ ମାଗିବାକୁ ନେଇ ଦୁଇ ବୃଦ୍ଧଙ୍କ ମଧ୍ୟରେ ବଚସା, ଆଉ ଏହାପରେ ଘଟିଯାଇଛି ଏହି ନୃଶଂସ ହତ୍ୟାକାଣ୍ଡ । କୁରାଢ଼ି ଓ ବାଡି ଆକ୍ରମଣରେ ଜଣେ ୫୮ ବର୍ଷୀୟ ବୃଦ୍ଧଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଏହି ଘଟଣା ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅଧୀନ ମାସନିକାନୀ ଗ୍ରାମରେ ଘଟିଯାଇଛି।

ମୃତକ ଜଣଙ୍କ ୫୮ ବର୍ଷିୟ ଚାର୍ଲସ ଲୁଗୁନ । ଏହି ହତ୍ୟା ଅଭିଯୋଗରେ ପୋଲିସ ଗ୍ରାମର ୫୦ ବର୍ଷିୟ ପାତ୍ରସ ଡାଙ୍ଗାକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ପୋଲିସର ସୂଚନା ଅନୁସାରେ ଅଗଷ୍ଟ ୩୧ ତାରିଖ ଦିନ ପୂର୍ବାହ୍ନ ସାଢେ଼ ୧୦ଟା ବେଳେ ଚାର୍ଲସ ଲୁଗୁନ ନିଜ ଘର ସମ୍ମୁଖରେ କିଛି ଗଛର କାଠ ଛେଲୁଥିଲେ। ଏହି ସମୟରେ ପାତ୍ରସ ଡାଙ୍ଗା ତାଙ୍କୁ କିଛି କାଠ ଓ ଛାଲି ମାଗିଥିଲେ। ମାତ୍ର ଚାର୍ଲସ ସିଧାସଳଖ ମନା କରିଦେବାରୁ ଏହାଙ୍କୁ ନେଇ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ବଚସା ହୋଇଥିଲା।ଏହାପରେ ପାତ୍ରସ ଚାର୍ଲସଙ୍କ ଠାରୁ ଜୋର୍ ଜବରଦସ୍ତ କିଛି କାଠ ଫାଳିଆ ଛଡ଼ାଇ ନେଇ ତାଙ୍କୁ ଆକ୍ରମଣ କରିଥିଲା । ଏପରିକି କୁରାଢ଼ିରେ ମଧ୍ୟ ଅଭିଯୁକ୍ତ ଆକ୍ରମଣ କରିଥିବା ପୋଲିସ କହିଛି। ବାପାକୁ ଆକ୍ରମଣ ହେବା ସମ୍ପର୍କରେ ଖବର ପାଇ ମୃତକଙ୍କ ୨୮ ବର୍ଷିୟ ପୁଅ ଜାକ୍ରିୟାସ ଲାଗୁନ ଘଟଣାସ୍ଥଳରେ ପହଞ୍ଚିଥିଲା। ସେତେବେଳେ ତାଙ୍କ ବାପା ଚାର୍ଲସ ଘର ସମ୍ମୁଖରେ ରକ୍ତାକ୍ତ ଅବସ୍ଥାରେ ମରି ପଡ଼ିଥିବା ଓ ପାଖରେ କୁରାଢୀ ଓ କାଠ ଫାଳିଆ ପଡିଥିବା ଦେଖିବା ସହ ଅଭିଯୁକ୍ତ ପାତ୍ରସ ଡାଙ୍ଗା ଘଟଣାସ୍ଥଳରୁ ଦୌଡ଼ି ପଳାଇଥିବା ଜାଣିବାକୁ ପାଇଥିଲା । ଏହି ଘଟଣାକୁ ନେଇ ତୁରନ୍ତ ଗ୍ରାମବାସୀଙ୍କ ଉପସ୍ଥିତିରେ ଏକ ଜରୁରୀ ବୈଠକ ହୋଇଥିଲା। ସେଠାରେ ଅଭିଯୁକ୍ତ ପାତ୍ରାସ ହତ୍ୟା କରିଥିବା ସ୍ୱୀକାର କରିଥିଲା ବୋଲି ଗୋବିନ୍ଦପୁର ଥାନା ପୋଲିସ ଏକ ପ୍ରେସ୍ ନୋଟ୍ରେ କହିଛି।

ଘଟଣାସ୍ଥଳରୁ ପୋଲିସ ଏକ କୁରାଢ଼ି ଓ ଏକ କାଠ ଫାଳିଆ ଜବତ କରିଛି । ଏନେଇ ପୋଲିସ ଗୋବିନ୍ଦପୁର ଥାନାରେ ୧୩୦/୨୬ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପାତ୍ରସ ଡାଙ୍ଗାଙ୍କୁ ଗିରଫ କରି ଆଜି କୁଚିଣ୍ଡା ଏସଡ଼ିଜେଏମ୍ କୋର୍ଟରେ ହାଜର କରାଇଥିବା ଜଣାପଡିଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande