ଜୟପୁରରେ ନୂତନ ସରକାରୀ ମହିଳା ସ୍ୱାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ର ଓ ୧୦୦ ଶଯ୍ୟା ବିଶିଷ୍ଟ ବାଳିକା ଛାତ୍ରୀନିବାସ  ଭିତ୍ତିପ୍ରସ୍ତର ସ୍ଥାପନ
ଜୟପୁର , 01 ସେପ୍ଟେମ୍ବର (ହି.ସ.)ଜୟପୁର ଜଗତ ଜନନୀ ଛକ ନିକଟରେ ଥିବା ତାଲିମ କେନ୍ଦ୍ର ପରିସରରେ ପ୍ରଶିକ୍ଷଣ କେନ୍ଦ୍ର ଓ ବାଳିକା ଛାତ୍ରୀନିବାସ ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଛି l ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ କରକମଳରେ ୩୯୧.୫୩ ଲକ୍ଷ ଟଙ୍କା ପ୍ରକଳ୍ପ ବ୍ୟୟରେ ନ
ଜୟପୁରରେ ନୂତନ ସରକାରୀ ମହିଳା ସ୍ୱାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ର ଓ ୧୦୦ ଶଯ୍ୟା ବିଶିଷ୍ଟ ବାଳିକା ଛାତ୍ରୀନିବାସ  ଭିତ୍ତିପ୍ରସ୍ତର ସ୍ଥାପନ


ଜୟପୁର , 01 ସେପ୍ଟେମ୍ବର (ହି.ସ.)ଜୟପୁର ଜଗତ ଜନନୀ ଛକ ନିକଟରେ ଥିବା ତାଲିମ କେନ୍ଦ୍ର ପରିସରରେ ପ୍ରଶିକ୍ଷଣ କେନ୍ଦ୍ର ଓ ବାଳିକା ଛାତ୍ରୀନିବାସ ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଛି l ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ କରକମଳରେ ୩୯୧.୫୩ ଲକ୍ଷ ଟଙ୍କା ପ୍ରକଳ୍ପ ବ୍ୟୟରେ ନିର୍ମାଣ ହେବାକୁ ଥିବା ନୂତନ ସରକାରୀ ମହିଳା ସ୍ୱାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ର ଏବଂ ୬୮୯.୮୩ ଲକ୍ଷ ଟଙ୍କା ପ୍ରକଳ୍ପ ବ୍ୟୟରେ ନିର୍ମାଣ ହେବାକୁ ଥିବା ୧୦୦ ଶଯ୍ୟା ବିଶିଷ୍ଟ ବାଳିକା ଛାତ୍ରାବାସର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶିଳାନ୍ୟାସ କାର୍ଯ୍ୟ ଅନୁଷ୍ଠିତ ହୋଇଛି ।

ଏହି ଅବସରରେ କୋରାପୁଟ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଗୁରୁପ୍ରସାଦ ମହାନ୍ତିଙ୍କ ସମେତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଉକ୍ତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିର୍ମାଣ ବିଭାଗ, ଜୟପୁର ରାସ୍ତା ଓ ଗୃହ ଡିଭିଜନ, ଜୟପୁର, ଦ୍ୱାରା କରାଯିବ।

ଏହି ପ୍ରକଳ୍ପଗୁଡ଼ିକ ଜୟପୁର ଅଞ୍ଚଳର ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରଶିକ୍ଷଣ ସୁବିଧା ବୃଦ୍ଧି କରିବା ସହିତ ବାଳିକାମାନଙ୍କ ପାଇଁ ଉନ୍ନତ ଆବାସିକ ଶିକ୍ଷା ପରିବେଶ ସୃଷ୍ଟିରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande