ପୁରୁଣାବଜ଼ାର କୋଚିଂ ସେଂଟରରେ ମୁଶାଏରା ଉଦଯାପିତ
ଭଦ୍ରକ, ୧ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଅଦବୀ ମରକଜ ଆନୁକୂଲ୍ୟରୁ ପୁରୁଣା ବଜ଼ାର ସ୍ଥିତ ପିସିସି କୋଚିଂ ସେଂଟର ଠାରେ ଏକ ଜିଲ୍ଲା ସ୍ତରୀୟ କବି ସମ୍ମିଳନୀ ଓ ମୂଶାଏରା ସଭାପତି ପ୍ରଫେସର ନାସିର ବଖସ ଙ୍କ ସଭାପତିତ୍ୱରୁ ଆରମ୍ଭ ହୋଇଥିଲା । ଏବଂ ଏହାକୁ ବରିଷ୍ଟ କବି ତଥା ମାଷ୍ଟର ମୁସ୍ତାକ ଗୌହର ସଂଯୋ
PURUNABAZAR MUSAERA UDJAPITA


ଭଦ୍ରକ, ୧ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଅଦବୀ ମରକଜ ଆନୁକୂଲ୍ୟରୁ ପୁରୁଣା ବଜ଼ାର ସ୍ଥିତ ପିସିସି କୋଚିଂ ସେଂଟର ଠାରେ ଏକ ଜିଲ୍ଲା ସ୍ତରୀୟ କବି ସମ୍ମିଳନୀ ଓ ମୂଶାଏରା ସଭାପତି ପ୍ରଫେସର ନାସିର ବଖସ ଙ୍କ ସଭାପତିତ୍ୱରୁ ଆରମ୍ଭ ହୋଇଥିଲା । ଏବଂ ଏହାକୁ ବରିଷ୍ଟ କବି ତଥା ମାଷ୍ଟର ମୁସ୍ତାକ ଗୌହର ସଂଯୋଜନା କରିଥିଲେ । ଅଦବୀ ମରକଜ ମୁଶାଏରା ପ୍ରତ୍ୟେକ ମାସରେ ଥରେ ଅନୁଷ୍ଠିତ ହୁଏ । ଏହି ମୂଶାଏରା ରେ ବିଶିଷ୍ଟ କବି ଅବଦୁଲ ଦୟାନ ଜିଆ, ମୋଇନ ସଫକ , ତୌଫିକ ସାଗର, ମୁଖତାର ନଶିମ, ସହାବାଜ ସାଦାଫ, କୌସର ନଶିମି , ଶୋଏବ ଅୟାଜ , ସଜ୍ଜାଦ ହସରତ, ମିନହାଜ ନୁରୀ, ସହେବାଜ ନଶିମି , ଇନାୟତ କାଦରୀ ଓ ଅଲିମୁଦ୍ଦିନ ବେକସ ପ୍ରମୁଖ ଯୋଗଦାନ କରିଥିଲେ । ଅଦବୀ ମରକଜ ର ପ୍ରତିଷ୍ଠାତା ହୋଜୁର ସାନ ସରକାର ବାବା ଙ୍କ ଆଶୀର୍ବାଦ ରୁ ଭଦ୍ରକ ଭାଇଚାରା ମାଟିରେ ଉର୍ଦୁ କବି ର ସେବା କରି ଜାତୀୟ ସ୍ତରର କବି ହୋଇ ସୁନାମ କରିଛନ୍ତି । ଉକ୍ତ ମୁଶାଏରାକୁ ମହାପୁରୁଷ ହଜରତ ମହମ୍ମଦଙ୍କ ନାମରେ ସମର୍ପିତ କରାଯାଇଛି । ଏହି ମୁଶାଏରା କୁ ହାଜି ସବବୀର ଅଲ୍ଲୀ, ଇଂ ହବିବୁଲ୍ଲା ଖାନ, ହାଜି ଅବୁ ହୋସେନ, ଇମତିଆଜ ଖାନ, ଇମତୀୟାଜ କମାଲ , ପାରିଷଦ ଶେଖ ଗରିବୁଲ୍ଲା , ସମ୍ବାଦଦାତା ଶେଖ ଅନୱର , ଶେଖ ଇମତୀୟାଜ, ଶିକ୍ଷକ ଶେଖ ମୈରାଜ ଓ ମିର୍ଜା ଇଜ଼ାଜ଼ ବେଗ ଉପସ୍ଥିତ ରହି ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande