ଝାରସୁଗୁଡ଼ା ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ସମୀକ୍ଷା କଲେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର
RDC and Observer review on sir
ଝାରସୁଗୁଡ଼ା ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ


ଝାରସୁଗୁଡ଼ା, ୧ ସେପ୍ଟେମ୍ବର (ହି.ସ.) - ଉତ୍ତରାଞ୍ଚଳ ରାଜସ୍ୱ କମିଶନର (ଆରଡିସି, ସମ୍ବଲପୁର) ତଥା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପର୍ଯ୍ୟବେକ୍ଷକ ସଂଗ୍ରାମ କେଶରୀ ମହାପାତ୍ର,(ଆଇଏଏସ୍), ଆଜି ଦ୍ୱିତୀୟ ଥର ପାଇଁ ଝାରସୁଗୁଡ଼ା ଜିଲ୍ଲା ଗସ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ବ୍ରଜରାଜନଗର ପୌରପାଳିକା ଅଞ୍ଚଳ ପରିଦର୍ଶନ କରିବା ସହ ଜିଲ୍ଲାରେ ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ଅଗ୍ରଗତି ସମ୍ପର୍କରେ ତଦାରଖ କରିଥିଲେ। ଗସ୍ତ ସମୟରେ ଆରଡିସି ଶ୍ରୀ ମହାପାତ୍ର ବିଭିନ୍ନ ଦାଖଲ ଫର୍ମଗୁଡ଼ିକର ସମାଧାନ ଓ ନିଷ୍ପତ୍ତି ପ୍ରକ୍ରିୟାର ସୁପର-ଚେକିଂ କରିଥିଲେ। ବିଶେଷ କରି ଯେଉଁ ବୁଥ୍ଗୁଡ଼ିକରେ ସର୍ବାଧିକ ନୂତନ ନାମ ଯୋଗ ଏବଂ ନାମ ବାଦ୍ ପଡ଼ିଛି, ସେହି ବୁଥ୍ଗୁଡ଼ିକର ସ୍ଥିତି ଏବଂ ପରିସଂଖ୍ୟାନକୁ ସେ ବିଶେଷ ଭାବରେ ସମୀକ୍ଷା କରିଥିଲେ। ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟ ଯୋଜନାବଦ୍ଧ ଏବଂ ସୁଚାରୁ ରୂପେ ଚାଲିଥିବାରୁ ସେ ସାମଗ୍ରିକ ଅଗ୍ରଗତି ଉପରେ ସନ୍ତୋଷ ପ୍ରକାଶ କରିଥିଲେ।ଏହି ସମୀକ୍ଷା ଓ ପରିଦର୍ଶନ କାର୍ଯ୍ୟକ୍ରମରେ ୦୬-ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଇଆରଓ) ତଥା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲଳିତ କୁମାର ସୋରେଙ୍ଗ, ୦୭-ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ଇଆରଓ ତଥା ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ବ୍ରଜରାଜନଗର ପୌର ନିର୍ବାହୀ ଅଧିକାରୀ ତଥା ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଏଇଆରଓ) ଚନ୍ଦ୍ରମଣି ସ୍ୱାଇଁ, ବେଲପାହାଡ଼ ପୌର ନିର୍ବାହୀ ଅଧିକାରୀ ତଥା ଏଇଆରଓ ଗୌରବ ପ୍ରଧାନ ଏବଂ ବ୍ରଜରାଜନଗରର ଅତିରିକ୍ତ ତହସିଲଦାର ତଥା ଅତିରିକ୍ତ ଏଇଆରଓ କୁମାରୀ ଶ୍ରଦ୍ଧାଞ୍ଜଳି ପତି ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande