ମାନବିକତାର ପରିଚୟ ଦେଲା ସେବା ସଂକଳ୍ପ ଫାଉଣ୍ଡେସନ
କେନ୍ଦ୍ରାପଡ଼ା, ୦୧ ସେପ୍ଟେମ୍ବର(ହି.ସ.) – ମାନବିକତାର ପରିଚୟ ଦେଲା ସେବା ସଂକଳ୍ପ ଫାଉଣ୍ଡେସନ, ଦଶାହ ପାଇଁ ୫ ହଜାର ଟଙ୍କା ସହାୟତା କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଧୋୟା ଅଂଚଳ ଏରଡଙ୍ଗ ପଂଚାୟତ ଏରଡଙ୍ଗ ଗ୍ରାମର ଗୋବିନ୍ଦ ଜେନାଙ୍କ ହୃଦ୍ଘାତରେ ମୃତ୍ୟୁ ହୋଇଯାଇଛି। ତାଙ୍କ ଅକାଳ ମୃତ୍ୟୁ ପରେ ଗରିବ ପର
----ମାନବିକତାର ପରିଚୟ ଦେଲା ସେବା ସଂକଳ୍ପ ଫାଉଣ୍ଡେସନ


କେନ୍ଦ୍ରାପଡ଼ା, ୦୧ ସେପ୍ଟେମ୍ବର(ହି.ସ.) – ମାନବିକତାର ପରିଚୟ ଦେଲା ସେବା ସଂକଳ୍ପ ଫାଉଣ୍ଡେସନ, ଦଶାହ ପାଇଁ ୫ ହଜାର ଟଙ୍କା ସହାୟତା କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଧୋୟା ଅଂଚଳ ଏରଡଙ୍ଗ ପଂଚାୟତ ଏରଡଙ୍ଗ ଗ୍ରାମର ଗୋବିନ୍ଦ ଜେନାଙ୍କ ହୃଦ୍ଘାତରେ ମୃତ୍ୟୁ ହୋଇଯାଇଛି। ତାଙ୍କ ଅକାଳ ମୃତ୍ୟୁ ପରେ ଗରିବ ପରିବାର ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛି। ଦଶାହ କର୍ମ କରିବା ପାଇଁ ମଧ୍ୟ ପରିବାର ପାଖରେ ଅର୍ଥ ନଥିବା ଖବର ପାଇ ମାନବିକତାର ହାତ ବଢ଼ାଇଛି ସେବା ସଂକଳ୍ପ ଫାଉଣ୍ଡେସନର ସଦସ୍ୟମାନେ ଆଜି ମୃତକ ଗୋବିନ୍ଦ ଜେନାଙ୍କ ଘରେ ପହଂଚି ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଦଶାହ କର୍ମ ପାଇଁ ନଗଦ ୫ ହଜାର ଟଙ୍କା ଆର୍ôଥକ ସହାୟତା ପ୍ରଦାନ କରିଛନ୍ତି। ଗୋବିନ୍ଦ ଜେନା ଜଣେ ଅତି ଗରିବ ଓ ସରଳ ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ଆମେ ତାଙ୍କ ପରିବାର ପାଖରେ ଠିଆ ହେବାକୁ ଚେଷ୍ଟା କରିଛୁ। ଭବିଷ୍ୟତରେ ମଧ୍ୟ ଏଭଳି ଅସହାୟ ପରିବାରକୁ ଫାଉଣ୍ଡେସନ ତରଫରୁ ସହାୟତା ଜାରି ରହିବ ବୋଲି ସେବା ସଂକଳ୍ପ ଫାଉଣ୍ଡେସନର ଜଣେ କର୍ମକର୍ତା କହିଛନ୍ତି। ଫାଉଣ୍ଡେସନର ଏହି ମହତ କାର୍ଯ୍ୟକୁ ସ୍ଥାନୀୟ ଗ୍ରାମବାସୀ ଓ ବୁଦ୍ଧିଜୀବୀ ମହଲରେ ବ୍ୟାପକ ପ୍ରଶଂସା କରାଯାଉଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande