ସମାଜସେବୀ ମହେନ୍ଦ୍ର ଘଡେଇଙ୍କ ସ୍ମୃତି ସଭା
ଭଦ୍ରକ, ୧ ସେପ୍ଟେମ୍ବର (ହି.ସ.) - ଏହି ଜିଲାର ବନ୍ତ ବ୍ଲକ ଗୋପିନାଥପୁର ପଚାଂୟତ କାଣ୍ଡବା ଗ୍ରାମର ମହେନ୍ଦ୍ର ଘଡେଇଙ୍କ ଏକାଦଶାହ ଅବସରରେ ସ୍ମୃତି ସଭା ଅନୁଷ୍ଠିତ ହୋଇଛି । ବଡଜ୍ୱାଇଁ ଗିରିଶ ଚନ୍ଦ୍ର ପାତ୍ରଙ୍କ ପୌରହିତରେ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ରାମଚନ
mahendra ghadei smruti sabha


ଭଦ୍ରକ, ୧ ସେପ୍ଟେମ୍ବର (ହି.ସ.) - ଏହି ଜିଲାର ବନ୍ତ ବ୍ଲକ ଗୋପିନାଥପୁର ପଚାଂୟତ କାଣ୍ଡବା ଗ୍ରାମର ମହେନ୍ଦ୍ର ଘଡେଇଙ୍କ ଏକାଦଶାହ ଅବସରରେ ସ୍ମୃତି ସଭା ଅନୁଷ୍ଠିତ ହୋଇଛି । ବଡଜ୍ୱାଇଁ ଗିରିଶ ଚନ୍ଦ୍ର ପାତ୍ରଙ୍କ ପୌରହିତରେ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ରାମଚନ୍ଦ୍ର ନାୟକ, ସମ୍ପାଦକ ରବିନ୍ଦ୍ର ଆଇଚ, ହାଟଡିହି ବ୍ଲକ ଜିଲ୍ଲାପରିଷଦ ସଭ୍ୟ ବିମ୍ବାଧର ବିଶ୍ୱାଳ, ପୂର୍ବତନ ସରପଚଂ ସୁରେନ୍ଦ୍ର ଜେନା, ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହ,ବରିଷ୍ଠ ନାଗରିକ ସନ୍ତୋଷ ମହାନ୍ତି, ଗୋଲକ ସାହୁ, ପିତାମ୍ବର ପତି, ପ୍ରଫୁଲ୍ଲ ସାମଲ, ଭଗିରାମ ସିଂହ, ପ୍ରମୋଦ ସିଂହ, ବିଜେପି ନେତା ଗୋପାଳ କୃଷ୍ଣ ଦାଶ, ମାନସ ପଟ୍ଟନାୟକ, ଚନ୍ଦ୍ର ଶେଖର ମହାନ୍ତି ପ୍ରମୁଖ ସ୍ୱର୍ଗତଃ ଘଡେଇଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ । ସ୍ୱର୍ଗତଃ ଘଡେଇ ସ୍ଥାନୀୟ କୃଷ୍ଣ ଚରଣ ବିଦ୍ୟାମନ୍ଦିର ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ନିଜର କାର୍ଯ୍ୟକୁ ସୂଚାର ରୂପେ ତୁଲାଇଥିଲେ । ସରକାରୀ ଚାକିରୀରୁ ଅବସର ପରେ ଆଗରପଡା ଅବସରପ୍ରାପ୍ତ କର୍ମଚାରୀ ସଂଘର ଜଣେ ସକ୍ରିୟ ସଭ୍ୟ ଭାବେ ରହି ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ପରିକ୍ଷା ଶିବିର, ବୃକ୍ଷରୋପଣ ଆଦି ସେବାମୂଳକ କାର୍ଯ୍ୟ କରି ଆସୁଥିଲେ । ତାଙ୍କର ସରଳ ଓ ନିଷ୍କଟ୍ଟ ଜୀବନଚର୍ଯ୍ୟା ପାଇଁ ସେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ ବୋଲି ମତ ପ୍ରକାଶ ପାଇଥିଲା । ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ଆବାହକତ୍ୱରେ ପରିବାରର ସୁକାନ୍ତ ରାଉତ, ମନୋଜ ଜେନା, ଭାଗବତ ରାଉତ, ଅନନ୍ତ ଘଡେଇ, ସୁଭଦ୍ରା ପାତ୍ର, ବାସନ୍ତୀ ରାଉତ, ଜୟନ୍ତୀ ଘଡେଇ, ସୁଶାନ୍ତି ଜେନା, ସୁକାନ୍ତି ରାଉତ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରାରମ୍ଭରେ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ନିରବ ପ୍ରାର୍ଥନା କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande