ଶକ୍ତି ସମ୍ମିଳନୀରେ ମହିଳା ସୁରକ୍ଷା ଓ ସଶକ୍ତୀକରଣ ପାଇଁ ଏକାଠି ୨୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ
ଭୁବନେଶ୍ୱର, ୦୧ ସେପ୍ଟେମ୍ବର (ହି.ସ.) - ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମଙ୍ଗଳବାର ଭୁବନେଶ୍ୱରଠାରେ ଆୟୋଜିତ ‘ଶକ୍ତି ସମ୍ମିଳନୀ’ର ଉଦ୍ ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି। ମହିଳାଙ୍କ ସୁରକ୍ଷା, ସଂରକ୍ଷଣ ଓ ସଶକ୍ତୀକରଣ ପାଇଁ ସାମୂହିକ ଉଦ୍ୟମକୁ ସୁଦୃଢ଼ କରିବା
tyj


ଭୁବନେଶ୍ୱର, ୦୧ ସେପ୍ଟେମ୍ବର (ହି.ସ.) - ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମଙ୍ଗଳବାର ଭୁବନେଶ୍ୱରଠାରେ ଆୟୋଜିତ ‘ଶକ୍ତି ସମ୍ମିଳନୀ’ର ଉଦ୍ ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି। ମହିଳାଙ୍କ ସୁରକ୍ଷା, ସଂରକ୍ଷଣ ଓ ସଶକ୍ତୀକରଣ ପାଇଁ ସାମୂହିକ ଉଦ୍ୟମକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀମାନେ ଏହି ସମ୍ମିଳନୀରେ ଏକତ୍ରିତ ହୋଇଛନ୍ତି।

ସମାବେଶକୁ ସମ୍ବୋଧିତ କରି ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତିଯେ ମହିଳା ସୁରକ୍ଷା ଓ ମହିଳା ସଶକ୍ତୀକରଣକୁ ଭିନ୍ନ ଭିନ୍ନ ଭାବେ ଦେଖାଯାଇପାରିବ ନାହିଁ। ମଜବୁତ ଅନୁଷ୍ଠାନ, ପ୍ରଭାବଶାଳୀ କାର୍ଯ୍ୟକାରିତା ଏବଂ ସାମୂହିକ ଉତରଦାୟିତ୍ୱ ମାଧ୍ୟମରେ ଏଗୁଡ଼ିକ ସହ-ସମ୍ବନ୍ଧିତ ହୋଇ ଆଗେଇବା ଆବଶ୍ୟକ। କେନ୍ଦ୍ର ଓ ରାଜ୍ୟଗୁଡ଼ିକ ପରସ୍ପରଠାରୁ ଶିଖିବା, ସମନ୍ୱୟ ବୃଦ୍ଧି କରିବା ଏବଂ ପ୍ରତ୍ୟେକ ମହିଳା ଯେପରି ସୁରକ୍ଷା, ସମ୍ମାନ ଓ ସୁଯୋଗ ସହ ଜୀବନଯାପନ କରିପାରିବେ ତାହା ସୁନିଶ୍ଚିତ କରିବା ପାଇଁ ଶକ୍ତି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରୁଛି।

ଜାତୀୟ ମହିଳା ଆୟୋଗ ଏବଂ ଓଡ଼ିଶା ସରକାରଙ୍କ ଯୁଗ୍ମ ଆନୁକୂଲ୍ୟରେ ଆୟୋଜିତ ଏହି ସମ୍ମିଳନୀ, ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡ଼ିକୁ ନିଜର ସଫଳ ପଦକ୍ଷେପ ବାଣ୍ଟିବା, କାର୍ଯ୍ୟକାରିତାରେ ଥିବା ଅଭାବକୁ ଚିହ୍ନଟ କରିବା ଏବଂ ଅଧିକ ଆନୁଷ୍ଠାନିକ ସମନ୍ୱୟ ମାଧ୍ୟମରେ କାର୍ଯ୍ୟକାରୀ କୌଶଳ ବିକଶିତ କରିବା ପାଇଁ ଏକ ଜାତୀୟ ମଂଚ ଯୋଗାଇଦେଉଛି।

ଉଦ୍ଘାଟନୀ ସମାରୋହରେ ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ବିଜୟା ରାହଟକର ସମ୍ମିଳନୀର ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଦେଶସାରା ମହିଳାମାନଙ୍କ ସୁରକ୍ଷା ଓ ସଶକ୍ତୀକରଣକୁ ଆଗକୁ ନେବା ପାଇଁ ଅଧିକ ସୁଦୃଢ଼ ଏବଂ ନିରନ୍ତର ସାମୂହିକ ପଦକ୍ଷେପର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଏହି ଉଦ୍ଘାଟନୀ ସମାରୋହରେ ଜାତୀୟ ମହିଳା ଆୟୋଗର ସଦସ୍ୟ ସଚିବ ଶ୍ରୀ ସୁଦୀପ ଜୈନ, ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର-ତଥା-ଶାସନ ସଚିବ ଡ. ମୃଣାଳିନୀ ଦାର୍ସୱାଲ ଏବଂ ମିଶନ ଶକ୍ତିର ସଚିବ ଶ୍ରୀମତୀ ମାନସୀ ନିମ୍ଭାଲ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ସମ୍ମିଳନୀରେ ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଗୁଜରାଟ, ହରିୟାଣା, କର୍ନାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ପଞ୍ଜାବ, ସିକିମ, ତାମିଲନାଡୁ, ତ୍ରିପୁରା, ଉତର ପ୍ରଦେଶ, ଉତରାଖଣ୍ଡ, ପଶ୍ଚିମବଙ୍ଗ, ଦିଲ୍ଲୀ, ଜାମ୍ମୁ ଓ କାଶ୍ମୀର, ଚଣ୍ଡୀଗଡ଼ ଏବଂ ତେଲେଙ୍ଗାନା ସମେତ ୨୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ସଚିବ, କମିଶନର, ନିର୍ଦ୍ଦେଶକ ଓ ଯୁଗ୍ମ ନିର୍ଦ୍ଦେଶକ ପଦବୀର ୨୯ ଜଣ ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରିଛନ୍ତି।

ଶକ୍ତି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମହିଳା ସୁରକ୍ଷା ଓ ସଶକ୍ତୀକରଣ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସମସ୍ୟାଗୁଡ଼ିକ ଉପରେ ଆନୁଷ୍ଠାନିକ ସହଯୋଗ ଓ ଆଲୋଚନାକୁ ପ୍ରୋତ୍ସାହିତ କରିବା। ଏହାସହ ନୂତନ ଆହ୍ୱାନଗୁଡ଼ିକର ମୋକାବିଲା ପାଇଁ ସମନ୍ୱିତ ରଣନୀତି ପ୍ରସ୍ତୁତ କରିବା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande