
ଧର୍ମଶାଳା,୧ ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ଅଗଷ୍ଟ ମାସ ୨୨ ତାରିଖରୁ ଆରମ୍ଭ ହୋଇଥିବା ଶକ୍ତିଶ୍ରୀ ବାଳିକା ଆତ୍ମରକ୍ଷା କୌଶଳ ଶିବିର ଉଦଯାପିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଅନୁଦାନ ରାଶିରେ ଆୟୋଜିତ ହୋଇଥିବା ଏହି ଶିବିରକୁ ଶକ୍ତିଶ୍ରୀର ସଂଯୋଜିକା ଅଧ୍ୟାପିକା ରଶ୍ମିତା ସାମଲ ଓ ମାଷ୍ଟର ଟ୍ରେନର ଜ୍ୟୋତ୍ସ୍ନା ନନ୍ଦଙ୍କ ସହ ଖେଳ ଶିକ୍ଷକ ବିବେକାନନ୍ଦ ଜେନା ଓ ଶିକ୍ଷା ପ୍ରତିପାଦକ ବିନୟ ରାଉତଙ୍କ ପ୍ରତ୍ୟକ୍ଷ ତତ୍ୱଧାନରେ ପ୍ରାୟ ଶତାଧିକ ଛାତ୍ରୀଙ୍କୁ ନେଇ ଆୟୋଜିତ ହୋଇଥିଲା । ଉଦଯାପନୀ ଉତ୍ସବରେ ଶିକ୍ଷା ବିଭାଗ ମୁଖ୍ୟ ଅଧ୍ୟାପକ ସୌଭାଗ୍ୟ କୁମାର ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ମହେଶ୍ୱର ପାଢୀ ଯୋଗ ଦେଇ ଛାତ୍ରୀମାନଙ୍କୁ ଶିବିରର ମୂଳ ଲକ୍ଷ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥିଭାବେ ଅଧ୍ୟାପକ ଡ, ରଶ୍ମିକାନ୍ତ ଦାସ, ସୂର୍ଯ୍ୟକାନ୍ତ ରାଉତ, ଅମୂଲ୍ୟ କୁମାର ପତି,ବାବୁଲା ରଣା,ସଂଜୟ କୁମାର ପ୍ରଧାନ, ରୁହୁଲ ଅମିନ, ଶିବ ପ୍ରସାଦ ସାହୁ, ଅଧ୍ୟାପିକା ଜୟଶ୍ରୀ ନାୟକ, ସାଗରିକା ଦାସ, ଶିକ୍ଷା କର୍ମଚାରୀ ଧର୍ମେନ୍ଦ୍ର ମହାନ୍ତି, କୁଞ୍ଜ ବିହାରୀ ମହାନ୍ତି ଓ ସୁନିଲ ଓଝା ପ୍ରମୁଖ ଯୋଗ ଦେଇ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଅଧ୍ୟାପିକା ରୂପାଲି ଋତୁପୂର୍ଣ୍ଣା ସାମଲ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶକ୍ତିଶ୍ରୀ ସାଥୀ ଛାତ୍ରୀ ସୁଜାତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ