
କନ୍ଧମାଳ, ୧୦ ସେପ୍ଟେମ୍ବର (ହି.ସ.)- ଫୁଲବାଣୀ ରୋଟାରୀ କ୍ଲବ ଓ ପବ୍ଲିକ ସ୍କୁଲର ମିଳିତ ସହଯୋଗରେ ଆସନ୍ତା ଜାନୁଆରୀ ୩୧ତାରିଖ ଦିନ ଫୁଲବାଣୀ ଠାରେ ରାଜ୍ୟ ସ୍ତରୀୟ ଦ୍ବିତୀୟ ରଣଜୀ ମାରାଥନ ଅନୁଷ୍ଠିତ ହେବ l ଏଥିରେ ରାଜ୍ୟ ଓ ରାଜ୍ୟ ବାହାରର ୫ଶହରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ଅଂଶଗ୍ରହଣ କରିବେ l ଏଥିରେ ୩ କି.ମି., ୫ କି.ମି.,୧୦ କି.ମି. ଓ ୨୧ କି.ମି. ମାରାଥନ ଅନୁଷ୍ଠିତ ହେବ l କନ୍ଧମାଳ ଷ୍ଟାଡିୟମ୍ ରୁ ସକାଳ ୬ଟାରୁ ମାରାଥନ ଆରମ୍ଭ ହେବ l ଅନ୍ତର୍ଜାତୀୟ କ୍ରୀଡ଼ାବିତ ଶ୍ରାବଣୀ ନନ୍ଦ କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବlସଡର୍ ଅଛନ୍ତି l କୃତି ପ୍ରତିଯୋଗୀଙ୍କୁ ଦେଢ ଲକ୍ଷ ଟଙ୍କା ଅର୍ଥ ରାଶି ପୁରସ୍କାର ସ୍ୱରୂପ ପ୍ରଦାନ କରାଯିବ l ୱେବ୍ ସାଇଟ୍ ରେ ଅନଲାଇନ୍ ମାଧ୍ୟମରେ ନିଜ ନାମ ପଞ୍ଜିକରଣ ଆରମ୍ଭ ହୋଇଛି l ମାରାଥନ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଙ୍କ ମଧ୍ୟରେ ସ୍ଵାସ୍ଥ୍ୟ ସଚେତନତା ସହ ବୃକ୍ଷ ରୋପଣ, ନିଶାକୁ ନା, ସଡ଼କ ସୁରକ୍ଷା ସଚେତନତା ସୃଷ୍ଟି କରିବା l ଏହି ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ରୋଟାରୀ କ୍ଲବ ଓ ପବ୍ଲିକ ସ୍କୁଲ ପକ୍ଷରୁ ମିଳିତ ଭାବେ ଏହି ମାରାଥନ ଅୟୋଜନ କରାଯାଉଛି l
ଏଥିସହ ଏହି ଅବସରରେ ରୋଟାରୀ କ୍ଲବ ପକ୍ଷରୁ ମେଗା ରକ୍ତ ଦାନ ଶିବିର, ଓ ରାଜ୍ୟ ସ୍ତରୀୟ ସେମିନାର ମଧ୍ଯ ଅନୁଷ୍ଠିତ ହେବ l ଏଥିରେ ମନ୍ତ୍ରୀ, ବିଧାୟକ ରୋଟାରୀ ଗଭର୍ଣ୍ଣର ଅବସରପ୍ରାପ୍ତ ଆଇଏଏସ ଅନୀଲ କୁମାର ସାମଲ, ଜିଲ୍ଲା ସ୍ତରୀୟ ବରିଷ୍ଠ ଅଧିକାରୀ ମାନେ ଅତିଥି ଭାବରେ ଯୋଗ ଦେବେ l
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ