ଡକାୟତି ମାମଲାରେ ଦୁଇ ଜଣଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ
ଗଞ୍ଜାମ, ୧୦ ସେପ୍ଟେମ୍ବର (ହି.ସ.)- ବ୍ରହ୍ମପୁର ସଦର ଥାନା କେସ ନମ୍ବର ୧୮୫, ତାରିଖ ୩୦.୦୮.୨୦୧୭ (ଜିଆର ନମ୍ବର ୯୯୬/୨୦୧୭), ଧାରା ୩୯୪ ଆଇପିସି ଡକାୟତି ମାମଲାରେ ଜେଏମଏଫସି (ରୁରାଲ), ବ୍ରହ୍ମପୁର ଦୁଇ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଦେଇଛନ୍ତି। ଦଣ୍ଡିତ ଅଭିଯୁକ୍ତ ହେଲେ ବାବୁ
Qrtyyu


ଗଞ୍ଜାମ, ୧୦ ସେପ୍ଟେମ୍ବର (ହି.ସ.)- ବ୍ରହ୍ମପୁର ସଦର ଥାନା କେସ ନମ୍ବର ୧୮୫, ତାରିଖ ୩୦.୦୮.୨୦୧୭ (ଜିଆର ନମ୍ବର ୯୯୬/୨୦୧୭), ଧାରା ୩୯୪ ଆଇପିସି ଡକାୟତି ମାମଲାରେ ଜେଏମଏଫସି (ରୁରାଲ), ବ୍ରହ୍ମପୁର ଦୁଇ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଦେଇଛନ୍ତି।

ଦଣ୍ଡିତ ଅଭିଯୁକ୍ତ ହେଲେ ବାବୁ ଓରଫ ସନ୍ତୋଷ କୁମାର ବେହେରା (୩୭), ପିତା ରାମଚନ୍ଦ୍ର ବେହେରା, ଝାଡ଼ଙ୍କୁଳି ମାଝୀ ସାହି, ବ୍ରହ୍ମପୁର ସଦର

ଏବଂ ସାଇରାମ ମହାପାତ୍ର ଓରଫ ମଣ୍ଟୁ (୨୫), ପିତା ସ୍ୱର୍ଗତ ଅନନ୍ତ ମହାପାତ୍ର, ରମ୍ପା ସାହି, ଗେଟ ବଜାର, ବ୍ରହ୍ମପୁର ଟାଉନ।

ଉଭୟଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦,୦୦୦ ଟଙ୍କା ଲେଖାଏଁ ଜରିମାନାହୋଇଛି। ଜରିମାନା ଅନାଦେୟ ଆଉ ଏକ ମାସ ଜେଲ୍ ଦଣ୍ଡ ପାଇଁ କୋର୍ଟ ରାୟ ଦେଇଛନ୍ତି। ଏହି ଦଣ୍ଡାଦେଶ ବ୍ରହ୍ମପୁର ସଦର ପୋଲିସର ନିରନ୍ତର ପ୍ରୟାସ ଓ ସଫଳ ତଦନ୍ତର ଫଳ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande