୭୮ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
ମାଲକାନଗିରି, ୧୦ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମଭି -୬୮ ଗ୍ରାମରେ ବୁଧବାର ପୋଲିସ ପକ୍ଷରୁ ଚଢଉ କରାଯାଇ ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯାଇଛି । ଏହି ଘଟଣାରେ ଅବୈଧ ଭାବେ ବିଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି
୭୮ ଲିଟର ବିଦେଶୀ ମଦ ଜବତ , ଜଣେ ଗିରଫ


ମାଲକାନଗିରି, ୧୦ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମଭି -୬୮ ଗ୍ରାମରେ ବୁଧବାର ପୋଲିସ ପକ୍ଷରୁ ଚଢଉ କରାଯାଇ ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯାଇଛି । ଏହି ଘଟଣାରେ ଅବୈଧ ଭାବେ ବିଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଞ୍ଚଳରେ ଦୀର୍ଘ ଦିନ ଧରି ଅବୈଧ ମଦ ବିକ୍ରି ହେଉଥିବା ନେଇ ଖବର ମିଳିଥିଲା । ଏହାପରେ କାଲିମେଳା ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଚଢଉ କରିଥିଲା । ଚଢଉ ବେଳେ ଘଟଣାସ୍ଥଳରୁ ମୋଟ ୭୮ ଲିଟର ବିଦେଶୀ ମଦ ଜବତ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତି ବିହାର ରାଜ୍ୟ ଗୟା ଅଞ୍ଚଳର କପିଲ ଯାଦବ ବୋଲି ପୋଲିସ ଚିହ୍ନଟ କରିଛି । ସେ ବାହାର ରାଜ୍ୟରୁ ଆସି ଏଠାରେ ରହି ଅବୈଧ ମଦ ବ୍ୟବସାୟ କରୁଥିଲେ ବୋଲି ସନ୍ଦେହ କରାଯାଉଛି । ଏନେଇ କାଲିମେଳା ଥାନାରେ କେସ ନମ୍ବର ୨୧୨/୨୬ ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା କାଲିମେଳା ଥାନାଧିକାରୀ ପ୍ରଭୁଦତ୍ତ ବିଶ୍ୱାଳ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande