ବନ୍ୟା ଛାଡ଼ିବାର ୮ଦିନ ବିତିଲା, ଅର୍ଥ ଅଭାବରୁ ପର ଘରେ ମୁଣ୍ଡ ଗୁଞ୍ଜିଛନ୍ତି ବିପନ୍ନ, ବିଦ୍ୟାଳୟରୁ ଭାସିଯାଇଛି ଆସବାବପତ୍ର, ନଷ୍ଟ ହୋଇଛି ମଧ୍ୟାହ୍ନ ଭୋଜନ ଚାଉଳ, ପୁଣି ଲଘୁଚାପ ବର୍ଷାକୁ ନେଇ ଆତଙ୍କିତ ବନ୍ୟା ବିପନ୍ନ
ଭଦ୍ରକ, ୧୦ ସେପ୍ଟେମ୍ବର (ହି.ସ.) - ବୈତରଣୀ ଓ ସାଳନ୍ଦୀ ନଦୀରେ ଆସିଥିବା ବନ୍ୟା ସିନା ଛାଡିଯାଇଛି, ହେଲେ ଏବେବି ବିପନ୍ନଙ୍କ ପାଖରେ ଆର୍ôଥକ ସମ୍ବଳ ନଥିବାରୁ ନିଜ ଘର ସଜାଡି ନପାରି ପର ଘରେ ମୁଣ୍ଡ ଗୁଞ୍ଜିଛନ୍ତି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲା ଆରଡି ପଂଚାୟତ ସନ୍ତରା ଗାଁର ପ୍ରେମାନନ
BANYA CHADIBARA 8 DINA BITILA


ଭଦ୍ରକ, ୧୦ ସେପ୍ଟେମ୍ବର (ହି.ସ.) - ବୈତରଣୀ ଓ ସାଳନ୍ଦୀ ନଦୀରେ ଆସିଥିବା ବନ୍ୟା ସିନା ଛାଡିଯାଇଛି, ହେଲେ ଏବେବି ବିପନ୍ନଙ୍କ ପାଖରେ ଆର୍ôଥକ ସମ୍ବଳ ନଥିବାରୁ ନିଜ ଘର ସଜାଡି ନପାରି ପର ଘରେ ମୁଣ୍ଡ ଗୁଞ୍ଜିଛନ୍ତି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲା ଆରଡି ପଂଚାୟତ ସନ୍ତରା ଗାଁର ପ୍ରେମାନନ୍ଦ ସେଠୀ ଓ ବିନୋଦ ସେଠୀ ୨ ପରିବାରଙ୍କ ନିକଟରେ। ବୈତରଣୀ ନଦୀରେ ଆସିଥିବା ପାଖାପାଖି ପାଂଚଥର ବନ୍ୟାରେ ୨ପରିବାରଙ୍କର ସମ୍ପୂର୍ଣ୍ଣ ଭାବେ ଧୋଇଯାଇଛି ଝାଟିମାଟି ଘର। ଦୀର୍ଘଦିନ ଧରି ଘର ଭିତରେ ଓ ବାହାରେ ବନ୍ୟାପାଣି ଲହଡ଼ି ମାରିବାରୁ ଘରର କାନ୍ଥ ତଳେ ଲୋଟୁଥିବା ବେଳେ ଛପରଘର ନଇଁ ପଡ଼ିଛି। ତାହାସାଙ୍ଗକୁ ଘରେ ଥିବା ସମସ୍ତ ଆସବାବପତ୍ର ପାଣି ବୁଡ଼ି ନଷ୍ଟ ହୋଇଯାଇଛି। ଏଥିସହ ଆର୍ôଥକ ଅଭାବ ଯୋଗୁଁ ଘର ସଜାଡ଼ିବା ପାଇଁ ଚିନ୍ତାରେ ୨ପରିବାର। ଏପରିକି ଘର ଭିତରେ ଓ ବାହାରେ ଏବେ ବିଷଧର ସାପଙ୍କ ସହ ସରିସୃପଙ୍କ ଭୟ ଘାରିଛି। ଏପରି ଅନେକ ପରିବାର ଏବେବି ଗାଁ ରାସ୍ତା ଓ ନଦୀବନ୍ଧରେ ଜରିପାଲ ଟାଣି ଆଶ୍ରୟ ନେଇଛନ୍ତି। ତାହାସହ ସନ୍ତରା ପ୍ରାଥମିକ ବିଦ୍ୟାଳୟ ସହ ଶୀତଳପୁର, ପାଲଟପୁର, ବାଙ୍କମୁଆ, ମୁଁଆ ଆଦି ଗାଁର ବିଦ୍ୟାଳୟ ଭିତରେ ଓ ବାହାରେ ବନ୍ୟାପାଣି ଦୀର୍ଘଦିନ ଧରି ଲହଡ଼ି ମାରିବାରୁ ପାଠ୍ୟପୁସ୍ତକ ଉପକରଣ ସହ ଅଫିସ ଆସବାବପତ୍ର ଓ ମଧ୍ୟାହ୍ନ ଭୋଜନ ଚାଉଳ ସବୁ ନଷ୍ଟ ହୋଇଯାଇଛି। ଏବେବି ବିଦ୍ୟାଳୟ ପରିସର କାଦୁଅ ପଚପଚ ହୋଇ ରହିଛି। ଏପଟେ ଲଘୁଚାପ ପ୍ରଭାବରେ ପୁଣି ତୁହାକୁ ତୁହା ବର୍ଷା ଲାଗି ରହିଥିବାରୁ ନଦୀକୂଳିଆଙ୍କ ସହ ବନ୍ୟାବିପନ୍ନ ଆତଙ୍କିତ ହୋଇପଡିଛନ୍ତି। ପାଂଚ ପାଂଚ ଥର ଆସିଥିବା ବନ୍ୟା ଚାଷୀମାନଙ୍କର ଫସଲ ଉଜାଡ଼ି ଦେଇଥିବାରୁ ୪ଟି ପଂଚାୟତର ହଜାରହଜାର ହେକ୍ଟର ଚାଷଜମି ଏବେ ପଡିଆ ପଡିଛି। ବହୁ ଖାଲୁଆ ଜମିରେ ଏବେବି ପାଣି ଜମି ରହିଥିବାରୁ ଧାନଗଛ ସହ ନଡାଗଛ ସବୁ ପଚିସଢି ଦୁର୍ଗନ୍ଧ ହେଉଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande