ବନ୍ୟାଂଚଳ କ୍ଷତିଗ୍ରସ୍ତ ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ଉପକରଣ ବଂଟନ
ଭଦ୍ରକ, ୧୦ ସେପ୍ଟେମ୍ବର (ହି.ସ.) - ବୈତରଣୀ ଓ ସାଳନ୍ଦୀ ନଦୀର ଆସିଥିବା ପାଂଚ ପାଂଚ ଥର ବନ୍ୟାରେ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଥିଲା ଚାନ୍ଦବାଲି ବ୍ଲକର ଆରଡି, ନାନ୍ଦପୁର, ସୁନ୍ଦରପୁର, ଓଳଗ ୪ଟି ପଂଚାୟତର ୨୪ଟି ଗାଁ। ବନ୍ୟା ଏପରି ରଚିଥିଲା ଯାହାକି ତଳିଆ ଅଂଚଳରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ଦୀର୍
BANYANCHAL CHATRACHATRI NKU PATHYA PUSTAK BANTAN


ଭଦ୍ରକ, ୧୦ ସେପ୍ଟେମ୍ବର (ହି.ସ.) - ବୈତରଣୀ ଓ ସାଳନ୍ଦୀ ନଦୀର ଆସିଥିବା ପାଂଚ ପାଂଚ ଥର ବନ୍ୟାରେ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଥିଲା ଚାନ୍ଦବାଲି ବ୍ଲକର ଆରଡି, ନାନ୍ଦପୁର, ସୁନ୍ଦରପୁର, ଓଳଗ ୪ଟି ପଂଚାୟତର ୨୪ଟି ଗାଁ। ବନ୍ୟା ଏପରି ରଚିଥିଲା ଯାହାକି ତଳିଆ ଅଂଚଳରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ଦୀର୍ଘଦିନ ଧରି ବୁଡି ରହିଥିଲା। ତାହାସହ ଶିକ୍ଷାନୁଷ୍ଠାନରେ ଥିବା ପାଠ୍ୟପୁସ୍ତକ ସହ ଅଫିସ ଖାତାବହି ମଧ୍ୟାହ୍ନଭୋଜନ ଚାଉଳ ବନ୍ୟାପାଣିରେ ନଷ୍ଟ ହୋଇଯାଇଛି। ଏପରିସ୍ଥଳେ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟପୁସ୍ତକ ଉପକରଣ ଯୋଗାଇଦେବା ପାଇଁ ହାତ ବଢ଼ାଇଛନ୍ତି ଜିଲା ରକ୍ତ ସଂଗଠନ ଚାରିଟ୍ୟେ୍ୱୁଲ ଟ୍ରଷ୍ଟର କର୍ମକର୍ତାମାନେ। ଆରଡି ପଞ୍ଚାୟତର ସନ୍ତରା ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଚଳିତ ବନ୍ୟାରେ ବହୁ ପାଠ୍ୟପୁସ୍ତକ ଉପକରଣ ନଷ୍ଟ ହୋଇଥିବାରୁ ଜିଲା ରକ୍ତ ସଂଗଠନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଖାତା, ବହି, କଲମ ଆଦି ପାଠ୍ୟ ଉପକରଣ ଯୋଗାଇ ଦେଇଥିଲେ। ଏହି ପାଠ୍ୟପୁସ୍ତକ ଉପକରଣ ବଂଟନରେ ବାବାମଣି ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ନିକୁଞ୍ଜ କିଶୋର ଜେନା, ଅଧ୍ୟାପକ ବିଜୟ କୁମାର ଦାଶ, କବି ମନ୍ମମଥ ବିଶ୍ୱାଳ, ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ର ବିଜୟାଲକ୍ଷ୍ମୀ ନାୟକ, ସଂଗଠନର ସଭାପତି ଓ ଆବାହକ ମିଥୁନ ଜେନା, ମାନସ କୁମାର ସାହୁ, ବଟକୃଷ୍ଣ ଜେନା, ରଶ୍ମିତାରାଣୀ ଜେନା , ପ୍ରଶାନ୍ତ ସୁତାର, ଉର୍ବଶୀ ମଲିକ, ସୈମ୍ୟରଞ୍ଜନ ସାହୁ, ସପନ ଜେନା, ଲକ୍ଷ୍ମୀପ୍ରୀୟା ଦାସ, ରଶ୍ମିରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande