ବିଦ୍ୟାଳୟରେ ଭାଗବତ କଥାମୃତ କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକ
କେନ୍ଦୁଝର, ୧୦ ସେପ୍ଟେମ୍ବର (ହି.ସ.) - କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତିଙ୍କ ଆହ୍ୱାନ କ୍ରମେ ସମସ୍ତ ବ୍ଲକ ଓ ପୌରାଂଚଳ ସଭାପତିଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକ ରେ ବିଦ୍ୟାଳୟ ତଥା ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ହୃଦୟରେ ଭଗବତ୍ ଚେତନା ଜାଗରିତ କରିବା ପାଇଁ ବିଦ୍ୟାଳୟରେ ଭ
ବିଦ୍ୟାଳୟରେ ଭାଗବତ କଥାମୃତ କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକ


କେନ୍ଦୁଝର, ୧୦ ସେପ୍ଟେମ୍ବର (ହି.ସ.) - କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତିଙ୍କ ଆହ୍ୱାନ କ୍ରମେ ସମସ୍ତ ବ୍ଲକ ଓ ପୌରାଂଚଳ ସଭାପତିଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକ ରେ ବିଦ୍ୟାଳୟ ତଥା ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ହୃଦୟରେ ଭଗବତ୍ ଚେତନା ଜାଗରିତ କରିବା ପାଇଁ ବିଦ୍ୟାଳୟରେ ଭାଗବତ କଥାମୃତ କାର୍ଯ୍ୟକ୍ରମ' ସମଗ୍ର ଜିଲ୍ଲାରେ କରିବା ପାଇଁ ସ୍ଥିର କରାଯାଇଅଛି। ଏଣୁ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଖୁଣ୍ଟ ବନ୍ଧ ସରସ୍ୱତୀ ଶିଶୁ ମନ୍ଦିରରେ ଆସନ୍ତା ସେପ୍େଟମ୍ବର ୧୫ ତାରିଖ ମଙ୍ଗଳବାର ଦିବା ୧୦ ଘଟିକାରେ ହରିଚନ୍ଦନପୁର ବ୍ଲକ ସଭାପତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ହେବ। ଏତଦ୍ ବ୍ୟତୀତ ଭାଗବତ ସଂସ୍କୃତି ପରମ୍ପରା ଓ ଐତିହ୍ୟକୁ ଉଜ୍ଜୀବିତ କରିବା ପାଇଁ ଶ୍ରୀମଦ୍ ଭାଗବତ ମହପୁରାଣରେ ବର୍ଣ୍ଣନା କରାଯାଇଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପର୍ବ ପର୍ବାଣୀ ଗୁଡିକୁ ଜିଲ୍ଲାର ବିଭିନ୍ନ ଭାଗବତ ଟୁଙ୍ଗିରେ ପାଳନ କରିବା ନିମନ୍ତେ ନିଷ୍ପତି ଗ୍ରହଣ କରାଯାଇଅଛି।

ଏହି ମହାନ ପୁଣ୍ୟ କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାବାସୀ ତଥା ଭାଗବତ ଅନୁରାଗୀ ଭକ୍ତ ମାନେ ସଶ୍ରଦ୍ଧ ସହଯୋଗ କରି ବିଭୁ କୃପା ଲାଭ କରିବା ସହିତ ଆମ୍ଭମାନଙ୍କୁ ଅନୁଗୃହୀତ କରିବା ପାଇଁ ଅନୁରୋଧ କରୁଅଛୁ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande