
ଗଂଜାମ, 10 ସେପ୍ଟେମ୍ବର (ହି.ସ.) ବ୍ରହ୍ମପୁର ଉମାଚରଣ ଇଞ୍ଜିନିୟରିଂ ସ୍କୁଲ ପଡ଼ିଆରେ ରାଜ୍ୟ ଖଦି ଓ ଗ୍ରାମୋଦ୍ୟୋଗ ବିଭାଗ ଆନୁକୂଲ୍ୟରେ ବ୍ରହ୍ମପୁର ସ୍ୱଦେଶୀ ଉଦ୍ୟୋଗ ମେଳା ୯ ଦିନ ବ୍ୟାପୀ ଚାଲିଥିବା ବେଳେ ସପ୍ତମ ଦିବସରେ ଆମଭାଷା ସାହିତ୍ୟ ସଂସଦ, ଦିଗପହଣ୍ଡି ତରଫରୁ ସନ୍ଧ୍ୟାରେ ଏକ ବର୍ଣ୍ଣାଢ୍ୟ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ସଂସଦର ପ୍ରତିଷ୍ଠାତା ସମ୍ପାଦକ ଡଃ ଗଜାନନ ତ୍ରିପାଠୀଙ୍କ ଆବାହକତ୍ୱରେ ହୋଇଥିବା ବେଳେ ସଭାପତି ଭାବେ ଶିବ ପ୍ରସାଦ ଦାଶ, ମୁଖ୍ୟ ଅତିଥି ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଗବେଷକ ଡଃ ବାଇମନୁ ଚର୍ଚ୍ଚି, ମୁଖ୍ୟବକ୍ତା ଗଞ୍ଜାମ ଜିଲ୍ଲା ଲେଖକ ସାମ୍ମୁଖ୍ୟର ସଭାପତି ହାଡିବନ୍ଧୁ ମାଳି, ସମ୍ମାନିତ ଅତିଥି ବରିଷ୍ଠ ସାମ୍ବାଦିକ ତଥା ଆଇନଜୀବୀ ଅନନ୍ତ ନାରାୟଣ ମହାନ୍ତି, କବି ଡଃ ଅଶ୍ୱିନୀ କୁମାର ମହାପାତ୍ର, ସଂସଦ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ, ସହ ସମ୍ପାଦକ ସମ୍ଭବ କୁମାର ତ୍ରିପାଠୀ, କବି ରାଜେଶ କୁମାର ପାତ୍ର ସମୂହ ପ୍ରମୁଖ ମଞ୍ଚାସୀନ ଥିଲେ।
ଅନ୍ୟାନ୍ୟ କବି କବୟିତ୍ରୀଙ୍କ ମଧ୍ୟରେ ଡଃ ବିଜୟ କୁମାର ମହାରଣା, ବିରୁପାକ୍ଷ ଦାଶ, ଶ୍ରୀ ସଙ୍କର୍ଷଣ ତ୍ରିପାଠୀ, ପଦ୍ମିନୀ ମିଶ୍ର, ଭୀକାରି ଚରଣ ନାୟକ, ଶ୍ରୀମତୀ ପ୍ରେମଶିଳା ନନ୍ଦ, ବିଜୟ ଚନ୍ଦ୍ର ନନ୍ଦ, ପଦ୍ମନାଭ ରଥ, ଶିବ ପ୍ରସାଦ ରଥ, ପରେଶ ରଥ, ସୁଜାତା ରାଣୀ ସତପଥୀ, ପିତବାସ ତ୍ରିପାଠୀ, ରୋଶନୀ ସାହୁ, ସମୀକ୍ଷା ରାଣୀ ଦେବୀ, ସନ୍ତୋଷିନୀ ସାହୁ ପ୍ରମୁଖ କବିତା ପାଠ ଥିଲେ।
ଗଞ୍ଜାମ ସାହିତ୍ୟକୁ ନେଇ ଉକ୍ତ ଅବସରରେ ଆଲୋଚନା କରାଯାଇଥିବା ବେଳେ ମୁଖ୍ୟ ଅତିଥି ଶ୍ରୀ ଚର୍ଚ୍ଚି ଲୋକାଭିମୁଖୀ ସାହିତ୍ୟ ସମ୍ପର୍କୀତ ମତ ପୋଷଣ କରିଥିଲେ। ଉତ୍କଳ ସମ୍ମିଳନୀ ଓ ଗଞ୍ଜାମର ସମ୍ପର୍କକୁ ନେଇ ମୁଖ୍ୟବକ୍ତା ଶ୍ରୀ ମାଳି ମହୋଦୟ କହିବା ସହ ପାଲୁର ରାଜବାଟୀ ଗଜପତି ମହାରାଜାଙ୍କୁ ମନେପକାଇ ଥିଲେ। ଆନ୍ଧ୍ର ପ୍ରଦେଶର ଭାଷା ପ୍ରୀତି ଓ ଓଡ଼ିଆ ଅସ୍ମିତାର କଥା କହିଥିଲେ ବରିଷ୍ଠ ସାମ୍ବାଦିକ ଶ୍ରୀ ମହାନ୍ତି। ସଭାପତି ଶ୍ରୀ ଦାଶ ବ୍ୟବସ୍ଥାକୁ ନେଇ ମାଙ୍କଡ଼ ବିଲେଇ ଆଖ୍ୟାନ ଉପସ୍ଥାପନ କରିଥିଲେ।
ଉକ୍ତ ଆସର ଆରମ୍ଭରେ ନେପାଳ ବନ୍ୟାରେ ମୃତ୍ୟୁବରଣ କରିଥିବା ସମସ୍ତଙ୍କ ଉଦ୍ଦେଶ୍ୟରେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଶେଷରେ କବି ଶ୍ରୀ ଦୀନବନ୍ଧୁ ଶ୍ରୀପଲ୍ଲବ ଧନ୍ୟବାଦ ଅର୍ପଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ