କନ୍ଧମାଳ ଜିଲ୍ଲାପାଳଙ୍କ ମହାନତା : ଦୁର୍ଘଟଣାଗ୍ରସ୍ତ ଯୁବକକୁ ମେଡିକାଲ ଆଣିଲେ
Collector KANDHAMAL shows humanity
ଫୋଟ


କନ୍ଧମାଳ, ୧୦ ସେପ୍ଟେମ୍ବର (ହି.ସ.)- କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ଆଜି ଏକ ମାନବିକତାପୂର୍ଣ୍ଣ କାର୍ଯ୍ୟ କରିଛନ୍ତି l ଗୁରୁବାର ସକାଳେ ସେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିଜ ସରକାରୀ ଗାଡିରେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ଜଣେ ଯୁବକ ରାସ୍ତାରେ ନିଃସହାୟ ଅବସ୍ଥାରେ ପଡ଼ିଥିବା ଦେଖି ତୁରନ୍ତ ଡ଼୍ରାଇଭରକୁ ଗାଡି ଅଟକାଇବାକୁ କହି ଗୁରୁତର ଆହତ ଯୁବକଙ୍କୁ ନିଜେ ଉଠାଇ ଗାଡ଼ିରେ ମେଡିକାଲକୁ ଆଣି ଚିକିତ୍ସାର ବ୍ୟବସ୍ଥା ମଧ୍ୟ କରାଇଥିଲେ l ଆହତ ଯୁବକ ଫୁଲବାଣୀ ସହରର ସତ୍ୟମ୍ ହଂସ ବୋଲି ଜଣାପଡିଛି l ସେ ବର୍ତ୍ତମାନ ସୁସ୍ଥ ଥିବା ସତ୍ୟମ୍ ଙ୍କ ସ୍ତ୍ରୀ କହିଛନ୍ତି l କେବଳ ସେତିକି ନୁହେଁ ଜିଲାପାଳ ବେଦ ଭୂଷଣ ତାଙ୍କ ଆହାତ ସ୍ଵାମୀଙ୍କୁ ନିଜ ଗାଡିରେ ମେଡିକାଲ୍ ଆଣି ଚିକିତ୍ସା ବ୍ୟବସ୍ଥା କରାଇଥିବାରୁ ଜିଲାପାଳଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଜିଲ୍ଲାପାଳ ହେବ ତ ଏମିତି ବୋଲି କହିଛନ୍ତି l କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣଙ୍କ ବାପା ମା ଓ ପରିବାରର ଉତ୍ତମ ସଂସ୍କାର ଲାଳନ ପାଳନ ତାଙ୍କୁ ଆଜି ଦକ୍ଷ, ସଚ୍ଚୋଟ, ଲୋକଙ୍କୁ ଭଲ ପାଇବା ଓ ଲୋକଙ୍କ ପାଇଁ କାର୍ଯ୍ୟ କରିବା ଏବଂ ତାଙ୍କର ସେବା ମନୋଭାବ ଆଜି ଏହି କାର୍ଯ୍ୟ କରିବା ପାଇଁ ପ୍ରେରଣା ଯୋଗାଇଛି ନିଶ୍ଚୟ l ଅନ୍ୟ ପ୍ରଶାସନିକ ଅଧିକାରୀ ମାନେ ଏଥିରୁ ଶିକ୍ଷା ଲାଭ କରିବା ଉଚିତ୍ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି l

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande