ଅବହେଳିତ ଧାମରାଇ ସରକାରୀ ଉଚ୍ଚ ବିଦ୍ୟାଳୟ, ମୋସ୍କୁଲ ଅଭିଯାନରେ ୩୦ଲକ୍ଷ ଟଙ୍କାର ହିସାବ ନାହିଁ, ୧୧ଶ୍ରେଣୀକୁ ୬ଟି ଗୃହ
ଭଦ୍ରକ, ୧୦ ସେପ୍ଟେମ୍ବର (ହି.ସ.) - ସଭିଏ ପଢନ୍ତ ସଭିଏ ବଢନ୍ତୁ ଅଥବା ସର୍ବଶିକ୍ଷା ଅଭିଯାନ କୁହନ୍ତୁ ଆଜି ଭଳି ଦିନରେ ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଦେବା ଏକ କୁହେଳିକା ପାଲଟିଛି। ଏକଥା ଧାମରା ଅଂଚଳର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଧାମରାଇ ସରକା
DHAMARAI SARAKARI UCHA VIDYALAYA


ଭଦ୍ରକ, ୧୦ ସେପ୍ଟେମ୍ବର (ହି.ସ.) - ସଭିଏ ପଢନ୍ତ ସଭିଏ ବଢନ୍ତୁ ଅଥବା ସର୍ବଶିକ୍ଷା ଅଭିଯାନ କୁହନ୍ତୁ ଆଜି ଭଳି ଦିନରେ ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଦେବା ଏକ କୁହେଳିକା ପାଲଟିଛି। ଏକଥା ଧାମରା ଅଂଚଳର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଧାମରାଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଦେଖିଲେ ଜଣା ପଡୁଛି। ସରକାର ବଦଳିଲେ ହେଲେ ବଦଳିଲା ନାହିଁ ବ୍ଲକ ପ୍ରଶାସନର ମାନସିକତା ଫଳରେ ୫୩୬ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀ ଗୃହର ଅଭାବ ପରିଲକ୍ଷିତ ହେଉଥିବା ବେଳେ ବ୍ଲକ ପ୍ରଶାସନ କେବଳ ଶ୍ରେଣୀ ଗୃହକୁ ଭାଙ୍ଗି ଭାଙ୍ଗି ଚାଲିଛି। କେବେ ନୂତନ ଶ୍ରେଣୀ ଗୃହ ନିର୍ମାଣ ହେବ ତାହାର କିଛି ହିସାବ ବ୍ଲକ ପ୍ରଶାସନ ପାଖରେ ନାହିଁ।୨୦୨୨ ମସିହାରେ ମୋ ସ୍କୁଲ ଅଭିଯାନରେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦ୍ୟାଳୟ ବ୍ୟାଙ୍କ ଖାତାରୁ ତତକାଳୀନ ବିଡିଓଙ୍କ ବ୍ୟାଙ୍କ ଖାତାକୁ ୩୦ଲକ୍ଷ ଟଙ୍କା ଟ୍ରାନ୍ସଫର କରାଇ ଥିଲେ। ଏହା ସେ ନିଜ ଇଛା ରେ କରି ନଥିଲେ ସରକାରଙ୍କ ନିୟମାନୁଯାଇ ଏହି ଟଙ୍କା ବିଡିଓଙ୍କ ବ୍ୟାଙ୍କ ଖାତାକୁ ଯିବା ପରେ ବିଡିଓ ଏହି ଟଙ୍କାରେ ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଟେଣ୍ଡର ବିଜ୍ଞପ୍ତି ପ୍ରକାଶ କରିବା କଥା । ଇତି ମଧ୍ୟରେ ୪ବର୍ଷ ବିତିଯାଇଥିଲେ ମଧ୍ୟ ୩୦ଲକ୍ଷ ଟଙ୍କାର ହିସାବ ମିଳୁନାହିଁ। ଫଳରେ ଏହି ଦାୟିତ୍ୱରେ ଥିବା ବ୍ଲକ ଯନ୍ତ୍ରୀ ମହାଶୟ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଙ୍କୁ କେବେ ଟଙ୍କା ଜମା କରିଥିଲେ ସେ ସବୁର ତଥ୍ୟ ପ୍ରମାଣ ଦେବାକୁ କହିଥିଲେ। ସଂପୃକ୍ତ ପ୍ରଧାନ ଶିକ୍ଷକ ଏହି ତଥ୍ୟ ପ୍ରମାଣ ଦେବା ପରେ ମଧ୍ୟ ଏହାର କୌଣସି ହିସାବ ନଥିବା ଜଣାଯାଇଛି। ଇତି ମଧ୍ୟରେ ଗତ ଏପ୍ରିଲ ମାସରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ର କନିଷ୍ଠଯନ୍ତ୍ରୀ ଆସି ଶ୍ରେଣୀ ଗୃହ ନିର୍ମାଣ କାର୍ଯ୍ୟାଦେଶ ଆସିଛି ବୋଲି କହିବା ସହ ବିଦ୍ୟାଳୟ ପରିଚାଳନା କମିଟିର ସୁପାରିଶ ନେଇ ବିଦ୍ୟାଳୟ ପରିସରରେ ଥିବା ୨ଟି ଗୃହକୁ ଭାଙ୍ଗି ଦେଲେ। ଇତି ମଧ୍ୟରେ ଦୀର୍ଘ ୬ମାସ ବିତିଯାଇଥିଲେ ମଧ୍ୟ ନୂତନ ଶ୍ରେଣୀ ଗୃହ ନିର୍ମାଣ ସଂପୂର୍ଣ ହୋଇ ପାରିଲା ନାହିଁ। ଏହି ବିଦ୍ୟାଳୟରେ ବର୍ତମାନ ୫୩୬ଜଣ ଛାତ୍ରଛାତ୍ରୀ ଅଧ୍ୟୟନ ରତ। ସେମାନଙ୍କ ପାଇଁ ୧୧ଟି ଶ୍ରେଣୀ ଗୃହ ଆବଶ୍ୟକ ଥିବା ବେଳେ ମାତ୍ର ୬ଟି ଶ୍ର୍ରେଣୀଗୃହ ଉପଲବ୍ଧ। ଏଥିରୁ ଅନୁମେୟ ଶିକ୍ଷା ବ୍ୟବସ୍ଥାରେ ବିକଳ ଚିତ୍ର। ୩୦ଲକ୍ଷ ଟଙ୍କାର ହିସାବ ନଥିବା କଥା ପ୍ରଧାନ ଶିକ୍ଷକ କହୁଥିବା ବେଳେ ଚାନ୍ଦବାଲି ବ୍ଲକର ସହକାରୀ ଯନ୍ତ୍ରୀ ସ୍ମୃତିରଞ୍ଜନ ତରେଇ ଙ୍କ କହିବାନୁଯାଇ ୩୦ଲକ୍ଷ ଟଙ୍କାର ଟେଣ୍ଡର ହୋଇଛି ମାତ୍ର ବିଦ୍ୟାଳୟ ପରିସରରେ ସ୍ଥାନର ଅଭାବ ପାଇଁ ନୂତନ ଗୃହ ନିର୍ମାଣ ଅସମ୍ଭ ହୋଇ ପଡିଛି। ପ୍ରଧାନ ଶିକ୍ଷକ ଟୁନା ମହାଳିକଙ୍କ କହିବାନୁଯାଇ ବର୍ତମାନ ବିଦ୍ୟାଳୟ ଗଣ ଶିକ୍ଷା ବିଭାଗ ପକ୍ଷରୁ ଆସିଥିବା ୧୮ଲକ୍ଷ ଟଙ୍କାରେ ଶ୍ରେଣୀ ଗୃହ ନିର୍ମାଣ କରିବାକୁ ଆମ୍ଭେ ଜାଗା ଦେଇଥିବା ବେଳେ ସଂପୃକ୍ତ ସହକାରୀ ଯନ୍ତ୍ରୀ ଜାଣିଶୁଣି ଧାମରା ଅଂଚଳବାସୀଙ୍କ ପୁରାତନ ବିଦ୍ୟାଳୟ ପରିଚାଳନା କମିଟିରେ ନାମରେ ମିଥ୍ୟା ଦୋଷାରୋପ କରୁଛନ୍ତି। ତୁରନ୍ତ ଭଦ୍ରକ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବା ସହ ଦୀର୍ଘ ୪ବର୍ଷ ହେବ ଚାନ୍ଦବାଲି ବିଡିଓ ଙ୍କ ନାମରେ ଜମା ହୋଇଥିବା ୩୦ଲକ୍ଷ ଟଙ୍କାର ହିସାବ ଦେବା ସହ ଏହି ଅର୍ଥରେ ଶ୍ରେଣୀ ଗୃହ ନିର୍ମାଣ କରିବାକୁ ଦାବୀ ହୋଇଛି। ଏ ବିଷୟରେ ଚାନ୍ଦବାଲି ବିଡିଓ ସଞ୍ଜିବ ମହାପାତ୍ର କୁହନ୍ତି କଣ ହୋଇଛି ମୁଁ ଦେଖୁଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande