
ଖୋର୍ଦ୍ଧା, 10 ସେପ୍ଟେମ୍ବର (ହି.ସ.)
ଦାରା ସିଂ ହେଉଛନ୍ତି ସନାତନ ଧର୍ମର ସଂସ୍କୃତି ରକ୍ଷକ। ଅନ୍ତର୍ଜାତୀୟ ନେତା। କେଉଁଝର ଜିଲ୍ଲା ମନୋହରପୁର ମିଶନାରୀ ଗ୍ରାହାମ ଷ୍ଟେନସଙ୍କ ମୃତ୍ୟୁ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ୧୯୯୯ ମସିହା ଠାରୁ ଆଜୀବନ ସଜା ଭୋଗୁଛନ୍ତି।ଷ୍ଟେନସଙ୍କ ମୃତ୍ୟୁଙ୍କୁ ଏବେ ୨୭ ବର୍ଷ ହେବ।ଏନେଇ ମାନ୍ୟବର ସୁପ୍ରିମକୋର୍ଟ ଓଡ଼ିଆ ବନ୍ଦୀ ମୁକ୍ତି ସମୀକ୍ଷା ବୋର୍ଡ ଏହାକୁ ବିଚାର କରିବା ନିମନ୍ତେ ଥରକୁ ଥର ଅବଗତ କରାଇଥିଲେ ମଧ୍ୟ ତାହାର ସମାଧାନ ହୋଇପାରିନାହିଁ।
ତେବେ ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ରଙ୍କ ତରଫରୁ ଏବଂ ତାଙ୍କ କର୍ମକର୍ତ୍ତା ଶାନ୍ତି ପୂର୍ଣ୍ଣ ଧାରଣା ଦେଇଥିଲେ। ଏପରିକି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିବା ସହିତ ଇ-ମେଲ୍ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିଲେ ଯେ ଦାରା ସିଂ ଙ୍କୁ ମୁକ୍ତି ଦିଅ। ଦାରା ସିଂ ଅନୁତପ୍ତ ଓ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।ଆଉ ସେ ଏପରି କାର୍ଯ୍ୟ କରିବେ ନାହିଁ। ଗ୍ରାହାମ ଷ୍ଟେନସଙ୍କ ପତ୍ନୀ ଦାରା ସିଂଙ୍କୁ କ୍ଷମା କରି ମୁକ୍ତ କରିବା ନିମନ୍ତେ କହିଛନ୍ତି। ତେଣୁ ଏସବୁକୁ ବିଚାରକୁ ନେଇ ଦାରା ସିଂକୁ ମୁକ୍ତ କରାଯାଉ ବୋଲି ସଙ୍ଗଠନ ଦାବି କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ