
ଝାରସୁଗୁଡ଼ା, ୧୦ ସେପ୍ଟେମ୍ବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଗ୍ରୀନ ଭେଲି ହୋଟେଲ ସମ୍ମୁଖରେ ବୁଧବାର ରାତିରେ ସିଜି ୦୪ ପିଜି ୬୩୯୮ ନମ୍ୱର ବିଶିଷ୍ଟ ଟ୍ରକରୁ ଦୁର୍ବୃତମାନେ ତେଲ ଟାଙ୍କିର ଲକର ଭାଙ୍ଗି ଡିଜେଲ ଚୋରି କରି ନେଇଯାଇଥିବା ଅଭିଯୋଗ ହୋଇଛି l ଟ୍ରକଟି କୋଲାବିରାକୁ ସିମେଣ୍ଟ ନେଇ ଆସିଥିଲା l ଏହି ହୋଟେଲ ସମ୍ମୁଖରୁ ଗତ ଅଗଷ୍ଟ ୨୮ ତାରିଖ ରାତିରେ ଏକ ହାଇୱାରୁ ମଧ୍ୟ ୧ ଶହ ଲିଟର ଡିଜେଲ ଚୋରି ହୋଇଥିବା ଅଭିଯୋଗ ହୋଇଛି l ଏନେଇ ଚୋରିର ସମସ୍ତ ଦୃଶ୍ୟ ବନ୍ଦ ଥିବା ହୋଟେଲ ର ସିସି ଟିଭି ରେ କଏଦ ହୋଇ ରହିଛି l ଦୁର୍ବୃତମାନେ ଏକ ବୋଲେରୋରେ ଆସି ତେଲ ଚୋରି କରିବା ସହ ତେଲକୁ ପ୍ଲାଷ୍ଟିକ ଜାର୍କିଂ ବଦଳରେ ପ୍ଲାଷ୍ଟିକ ପଲିଥିନରେ ଭର୍ତ୍ତି କରି ନେଉଥିବା ଲକ୍ଷ୍ଯ କରାଯାଇଛି l ଜାତୀୟ ରାଜପଥ କଡ଼ରେ ଘଣ୍ଟା ଘଣ୍ଟା ଧରି ରହି ତେଲ ଚୋରି କରିବା ପୋଲିସକୁ ଚୋର ମାନଙ୍କ ଏକ ପ୍ରକାର ଖୋଲା ଚ୍ୟାଲେଞ୍ଜ ଅଟେ l
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ