୫ ବର୍ଷ ଧରି ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି ଡବଲପାହାଡ଼ ପ୍ରାଥମିକ ବିଦ୍ୟାଳୟର ଗୃହ
ମାଲକାନଗିରି , ୧୦ ସେପ୍ଟେମ୍ବର (ହି.ସ.) ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ଦୁର୍ଗମ ସ୍ମାଭିମାନ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାର ବିଳଳ ଚିତ୍ର ସାମ୍ନାକୁ ଆସିଛି। ଚିତ୍ରକୋଣ୍ଡା ବ୍ଲକ ରାଲେଗାଡ଼ା ପଞ୍ଚାୟତ ଡବଲପାହାଡ଼ ପ୍ରାଥମିକ ବିଦ୍ୟାଳୟର ନିଜ ଗୃହ ନଥିବାରୁ ଗତ ୧୫ ବର୍ଷ ଧରି ପିଲାମାନେ ଚର
୫ ବର୍ଷ ଧରି ଏହା ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି ଡବଲପାହାଡ଼ ପ୍ରାଥମିକ


ମାଲକାନଗିରି , ୧୦ ସେପ୍ଟେମ୍ବର (ହି.ସ.) ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ଦୁର୍ଗମ ସ୍ମାଭିମାନ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାର ବିଳଳ ଚିତ୍ର ସାମ୍ନାକୁ ଆସିଛି। ଚିତ୍ରକୋଣ୍ଡା ବ୍ଲକ ରାଲେଗାଡ଼ା ପଞ୍ଚାୟତ ଡବଲପାହାଡ଼ ପ୍ରାଥମିକ ବିଦ୍ୟାଳୟର ନିଜ ଗୃହ ନଥିବାରୁ ଗତ ୧୫ ବର୍ଷ ଧରି ପିଲାମାନେ ଚର୍ଚ୍ଚ ବାରଣ୍ଡାରେ ବସି ପାଠ ପଢୁଛନ୍ତି।

୨୦୧୧ ମସିହାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ନେଇ ଆରମ୍ଭ ହୋଇଥିବା ଏହି ବିଦ୍ୟାଳୟରେ ଶିଶୁବାଟିକାକୁ ମିଶାଇ ବର୍ତମାନ ୪୩ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି । ପ୍ରଧାନଶିକ୍ଷକ ବିବେକାନନ୍ଦ ଶାଗିରି ଓ ଜଣେ ସହକାରୀ ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଛନ୍ତି । ମାତ୍ର ବିଦ୍ୟାଳୟରେ ରୋଷେଇ ଘର ଶୈଚାଳୟ ଓ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ନାହିଁ I ମଧ୍ୟାହ୍ନ ଭୋଜନ ମଧ୍ୟ ରୋଷେୟାଙ୍କ ଘର ବାରଣ୍ଡାରେ ପ୍ରସ୍ତୁତ ହେଉଛି । ସ୍କୁଲ ଗୃହ ନବାରୁ ବିଦ୍ୟାଳୟର ସମସ୍ତ ଜରୁରୀ ନଥିପତ୍ର ଓ ବିଭିନ୍ନ ପ୍ରକାର ସାମଗ୍ରୀଗୁଡିକ ଗ୍ରାମର କେତେ ଜଣ ଲୋକଙ୍କ ଘରେ ରଖାଯାଇଥିବା ଜଣାପଡିଛି।

ବିଦ୍ୟାଳୟର ପରିଚାଳନା କମିଟିର କର୍ତ୍ତୃପକ୍ଷ ଶିକ୍ଷା ବିଭାଗର ଅଧିକାରୀଙ୍କୁ ଓ ପ୍ରଶାସନିକ ଅଧିକାରୀଙ୍କୁ ସ୍କୁଲ ଗୁହ ଲାଗି ଦାବି କରିଥିଲେ ।

ବିଦ୍ୟାଳୟ ଗୃହ ନିର୍ମାଣ ଲାଗି ୨୦୨୧ରେ ସମଗ୍ର ଶିକ୍ଷା ଯୋଜନାରେ ୧୩ ଲକ୍ଷରୁ ଅଧିକ ଟଙ୍କା ମଞ୍ଜୁର ହୋଇ କାମ ଆରମ୍ଭ ହୋଇଥିଲେ ମଧ୍ୟ ଦୀର୍ଘ ୫ ବର୍ଷ ଧରି ଏହା ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ଫଳରେ୧୫ ବର୍ଷ ହେଲା ଚର୍ଚ୍ଚ ବାରଣ୍ଡାରେ ପାଠପଢା ଚାଲିଛି!ବର୍ଷା ସମୟରେ ପିଲାମାନେ ଚର୍ଚ୍ଚ ବାରଣ୍ଡାରେ ପାଠ ପଢୁଛନ୍ତି । ଏହା ପୂର୍ବରୁ ପିଲାମାନେ ଗ୍ରାମରି କିଛି ଲୋକଙ୍କ ଘର ବାରଣ୍ଡାରେ ବସି ପାଠ ପଢୁଥିଲେ।

ସମସ୍ୟା ସମ୍ପର୍କରେ ଚିତ୍ରକୋଣ୍ଡା ଗୋଷ୍ଠୀ ଶିକ୍ଷା ଅଧୁକାରୀ ଗାୟତ୍ରୀ ଦେବୀ ଏବଂ ଜିଲ୍ଲା ଶିକ୍ଷାକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ଏନେଇ ଅବଗତ ଥିବା ସହ ସ୍କୁଲ ନିର୍ମାଣ ଲାଗି ଆବଶ୍ୟକୀୟ ଅନୁଦାନ ପ୍ରଦାନ କରାଯାଇଥିବା କହିଛନ୍ତି ।

ପୂର୍ବରୁ ଜଣେ ଠିକାଦାର କାମ କରୁଥିବା ବେଳେ ଅନୁଦାନ ବନ୍ଦ ହେବା ପରେ ସେ କାମ ବନ୍ଦ କରିଦେଇଥିଲେ । ଏବେ ଅନୁଦାନ ଆସିବା ପରେ ଗୃହ ନିର୍ମାଣ କାମ ବର୍ତ୍ତମାନ ପୁଣି ଆରମ୍ଭ ହୋଇଥିବା ଏବଂ ସେପ୍ଟେମ୍ବର ମାସ ସୁଦ୍ଧା କାମ ଶେଷ କରାଯିବ ବୋଲି ସମଗ୍ର ଶିକ୍ଷା ଯୋଜନାର କନିଷ୍ଠ ଯନ୍ତ୍ରୀ ଶରତ ଚର୍ଚ୍ଚି ସୂଚନା ଦେଇଛନ୍ତି। ବାରମ୍ବାର ଶିକ୍ଷା ବିଭାଗର ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ ସ୍କୁଲ କାମ ସଂପୂର୍ଣ ହୋଇପାରୁନଥିବା କମିଟିର ସଭାପତି ସାନମା ଖୁଜ, ସଦସ୍ୟ କିମ୍ ହନ୍ତାଳ,କୁମୁରି ହନ୍ତାଳ,ବାଦ୍ରା ପାଙ୍ଗି,ସନ୍ଧ୍ୟା ହନ୍ତାଳ,ତମେଇ ହନ୍ତାଳ,ଦେଓ ଖିଲ ପ୍ରମୁଖ ପ୍ରକାଶ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande