ବାଲିମେଳା ଜଳଭଣ୍ଡାରରୁ ପାଇପ୍ ଯୋଗେ ମିଳିବ ପାନୀୟ ଜଳ: ସୁପରିଟେଣ୍ଡିଂ ଇଞ୍ଜିନିୟର ଓ ଆର.ଡବ୍ଲ୍ୟୁ.ଏସ.ଏସ. ନିର୍ବାହୀ ଯନ୍ତ୍ରୀଙ୍କ ମିଳିତ ସମୀକ୍ଷା
ମାଲକାନଗିରି , ୧୦ ସେପ୍ଟେମ୍ବର (ହି.ସ.) ଚିତ୍ରକୋଣ୍ଡା ଅଞ୍ଚଳରେ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ଏବଂ ସ୍ଥାୟୀ ପାଇପ୍ ଜଳ ଯୋଗାଣ ପ୍ରକଳ୍ପକୁ ସଫଳ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ବିଷୋୟୀଗୁଡ଼ା ଗ୍ରାମ ନିକଟସ୍ଥ ବାଲିମେଳା ଜଳଭଣ୍ଡାରର ଜଳ ଉପଲବ୍ଧତା ଓ ସ୍ଥିରତା ମୂଲ୍ୟାଙ୍କନ କରିବା
ବାଲିମେଳା ଜଳଭଣ୍ଡାରରୁ ପାଇପ୍ ଯୋଗେ ମିଳିବ ପାନୀୟ ଜଳ: ସୁପରିଟେଣ୍ଡିଂ ଇଞ୍ଜିନିୟର ଓ ଆର.ଡବ୍ଲ୍ୟୁ.ଏସ.ଏସ. ନିର୍ବାହୀ ଯନ୍ତ୍ରୀଙ୍କ ମିଳିତ ସମୀକ୍ଷା


ମାଲକାନଗିରି , ୧୦ ସେପ୍ଟେମ୍ବର (ହି.ସ.) ଚିତ୍ରକୋଣ୍ଡା ଅଞ୍ଚଳରେ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ଏବଂ ସ୍ଥାୟୀ ପାଇପ୍ ଜଳ ଯୋଗାଣ ପ୍ରକଳ୍ପକୁ ସଫଳ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ବିଷୋୟୀଗୁଡ଼ା ଗ୍ରାମ ନିକଟସ୍ଥ ବାଲିମେଳା ଜଳଭଣ୍ଡାରର ଜଳ ଉପଲବ୍ଧତା ଓ ସ୍ଥିରତା ମୂଲ୍ୟାଙ୍କନ କରିବା ପାଇଁ ଏକ ଉଚ୍ଚସ୍ତରୀୟ ଯୁଗ୍ମ କ୍ଷେତ୍ର ପରିଦର୍ଶନ ଅନୁଷ୍ଠିତ ହୋଇଯାଇଛି। ଏହି ବିଶେଷ ସମୀକ୍ଷା ଓ ଯାଞ୍ଚ ସମୟରେ ଚିତ୍ରକୋଣ୍ଡା ମାଟି ବନ୍ଧ ବିଭାଗର ସୁପରିଟେଣ୍ଡିଂ ଇଞ୍ଜିନିୟର ଏବଂ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ଉଭୟ ବିଭାଗର ବରିଷ୍ଠ ଅଧିକାରୀମାନେ ବାଲିମେଳା ଜଳଭଣ୍ଡାରର ଜଳସ୍ତର ଏବଂ ବିଷୋୟୀଗୁଡ଼ା ଅଞ୍ଚଳରେ ପ୍ରସ୍ତାବିତ ପାନୀୟ ଜଳ ପ୍ରକଳ୍ପର ବ୍ୟାବହାରିକତା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ସ୍ଥାନୀୟ ଜନସାଧାରଣଙ୍କୁ ବର୍ଷସାରା ନିରନ୍ତର ଏବଂ ନିର୍ଭରଯୋଗ୍ୟ ଭାବେ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଏହି ଯାଞ୍ଚର ମୁଖ୍ୟ ଉଦ୍ଦେଶ୍ୟ।

ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ଜଳ ସମ୍ପଦ ବିଭାଗ ଠାରୁ ଆବଶ୍ୟକୀୟ ଜଳ ଆବଣ୍ଟନ ଅନୁମତି ହାସଲ କରିବା ଦିଗରେ ଏହି ମିଳିତ ଅନୁଧ୍ୟାନ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା। ଜଳଭଣ୍ଡାରରୁ ସ୍ୱଚ୍ଛ ଜଳ ଉତ୍ସ ବ୍ୟବହାର କରି ଗ୍ରାମାଞ୍ଚଳରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଏହି ବୈଷୟିକ ରିପୋର୍ଟ ସରକାରଙ୍କ ନିକଟକୁ ପଠାଯିବ, ଯାହାଫଳରେ ପ୍ରକଳ୍ପ ଅନୁମୋଦନ ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ ହେବ। ବାଲିମେଳା ଜଳଭଣ୍ଡାର ନିକଟବର୍ତ୍ତୀ ବିଷୋୟୀଗୁଡ଼ା ଏବଂ ଏହାର ଆଖପାଖ ଅଞ୍ଚଳର ଅନେକ ଗ୍ରାମ ଦୀର୍ଘ ଦିନ ହେବ ପାନୀୟ ଜଳ ପାଇଁ ଅନ୍ୟ ଉତ୍ସ ଉପରେ ନିର୍ଭର କରୁଥିଲେ। ଏହି ନୂତନ ଯୋଜନା ବାସ୍ତବ ରୂପ ନେଲେ ସ୍ଥାନୀୟ ଲୋକଙ୍କୁ ଙ୍କୁ ଆଉ ଜଳକଷ୍ଟ ଭୋଗିବାକୁ ପଡ଼ିବ ନାହିଁ। ପ୍ରତି ଘରକୁ ପାଇପ୍ ଯୋଗେ ସ୍ୱଚ୍ଛ ପାନୀୟ ଜଳ ପହଞ୍ଚାଇବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande