
ଜୟପୁର, ୧୦ ସେପ୍ଟେମ୍ବର (ହି.ସ.)- ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଆଜି ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଜୟପୁର ସଦର ଥାନା ଅନ୍ତର୍ଗତ କାଳିଆ ଗ୍ରାମ ପଞ୍ଚାୟତର ସିରାଗୁଡା ଗ୍ରାମର ଗିରିଧର ମାଳି ।
ସୂଚନା ଅନୁଯାୟୀ, ଜୟପୁର ସଦର ଥାନା ଅନ୍ତର୍ଗତ କାଳିଆ ଗାଁ ନିକଟ ସିରାଗୁଡା ଗ୍ରାମର ଗିରିଧର ମାଳି ନିଜ ଜମିରେ ପାଣି ଦେବା ପାଇଁ ମୋଟର ସାହାଯ୍ୟରେ ନେବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇ ପଡିଥିଲେ । ଗୁରୁତର ଅବସ୍ଥାରେ ଗିରିଧରଙ୍କୁ ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିିକିତ୍ସାଳୟରେ ଭର୍ତି କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିବା ନେଇ ତାଙ୍କ ବଡ ଭାଇ ଡମ୍ବୁରୁ ମାଳି ଜୟପୁର ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଜିଲ୍ଲା ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରି ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବିଷୟ ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି