
କେନ୍ଦୁଝର, ୧୦ ସେପ୍ଟେମ୍ବର (ହି.ସ.) - ଆଜି କେନ୍ଦୁଝର ଜିଲ୍ଲା ସମସ୍ତ ବ୍ଲକ ର ଗାଁ ସାଥି ମାନେ ଗତ ୬ ମାସ ର ଥିବା ବକେୟା ପ୍ରାପ୍ୟ ତୁରନ୍ତ ପ୍ରଦାନ, ନିଲମ୍ବନ ଆଦେଶ ନଦେଇ ଯେଉଁ ମେଟ ମାନଙ୍କୁ ପୂର୍ବର ମନରେଗା ଓ ଏବେର ଭିବିଜି- ରାମଜୀ ଯୋଜନା ରୁ ବାଦ ଦିଆଯାଇ ଅନ୍ୟ ମେଟ ନିଯୁକ୍ତି କରାଯାଇ କାର୍ଯ୍ୟ କରାଯାଉଛି ତାହାର ବିଧିବଦ୍ଧ ତଦନ୍ତ କରି ପୁନଃ ନିଯୁକ୍ତି ଦେଇ ଭିବିଜୀ - ରାମଜୀ ମେଟ ଭାବରେ ନିଯୁକ୍ତି, ମାସିକ ଦରମା ଲାଗୁ ହେବା ଯାଏଁ ଗାଁ ସାଥି ମେଟଙ୍କ ନାମରେ କାର୍ଯ୍ୟାଦେଶ ପ୍ରଦାନ ଆଦି ୬ଦଫା ଦାବି ନେଇ ଲାବଣ୍ୟ ଛକ ରୁ ରାଲୀ ରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ତୁରନ୍ତ ଦାବି ପୂରଣ ନହେଲେ ସଂଘ ରାଜାରାସ୍ତା କୁ ଓଲ୍ହେଇବା ନେଇ ଚେତାବନି ଦେଇଚି ଗାଁ ସାଥି ମେଟ ମିଳିତ କ୍ରିୟାନୁଷ୍ଠାନ କମିଟି ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA