୧୯-୦ ଗୋଲରେ ପାକିସ୍ତାନକୁ ହରାଇ ସେମିଫାଇନାଲରେ ଭାରତ, ନବୀନଙ୍କ ଅଭିନନ୍ଦନ
ଭୁବନେଶ୍ୱର,୧୦ ସେପ୍ଟେମ୍ବର (ହି.ସ)- ୨୦୨୬ ମହିଳା ଜୁନିଅର ଏସିଆ କପ୍ ରେ ପାକିସ୍ତାନକୁ ୧୯-୦ ଗୋଲର ବୃହତ୍ ବ୍ୟବଧାନରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ଜୁନିଅର ମହିଳା ହକି ଦଳକୁ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ଏହି ଚମତ୍କ
jfu


ଭୁବନେଶ୍ୱର,୧୦ ସେପ୍ଟେମ୍ବର (ହି.ସ)- ୨୦୨୬ ମହିଳା ଜୁନିଅର ଏସିଆ କପ୍ ରେ ପାକିସ୍ତାନକୁ ୧୯-୦ ଗୋଲର ବୃହତ୍ ବ୍ୟବଧାନରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ଜୁନିଅର ମହିଳା ହକି ଦଳକୁ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି।

ଏହି ଚମତ୍କାର ବିଜୟ ପାଇଁ ଦଳର ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ମ୍ୟାଚ୍ ଗୁଡ଼ିକରେ ମଧ୍ୟ ଦଳ ଏହି ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରଖିବ ବୋଲି ନବୀନ ଆଶାବ୍ୟକ୍ତ କରିଛନ୍ତି। ଭାରତୀୟ ଦଳ ଆଗାମୀ ମ୍ୟାଚ୍ ଗୁଡ଼ିକରେ ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣୁ ବୋଲି ସେ କାମନା କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande