
ଝାରସୁଗୁଡ଼ା, ୧୦ ସେପ୍ଟେମ୍ବର (ହି.ସ.)- ଲଖନପୁର ବ୍ଲକ୍ ସିଂହାରପୁରସ୍ଥିତ ଝାଡ଼େଶ୍ୱର ମନ୍ଦିର ପରିସରରେ ବ୍ଲକ୍ ନାଗରିକ ପରିଷଦର ଏକ ବୈଠକ ଅନୁଷ୍ଠିତ ହୋଇ ନୂତନ କର୍ମକର୍ତ୍ତା ନିର୍ବାଚନ କରାଯାଇଛି। ରବୀନ୍ଦ୍ର ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ନାଗରିକ ପରିଷଦର ସଭାପତି ପୀତାମ୍ବର ମିଶ୍ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ବୈଠକରେ ଜିଲ୍ଲା ପରିଷଦ ସଭ୍ୟ ସନତ ସିଂହ, ବରିଷ୍ଠ ସଦସ୍ୟ ପ୍ରସନ୍ନ ସିଂହ, ସାଲେକରାମ ନାୟକ, ମନୋଜ ଅଗ୍ରୱାଲ, ସନ୍ତୋଷ ବିଶ୍ୱାଳ, ବୀରେନ୍ଦ୍ର ସାହୁ, କୁନା ପ୍ରଧାନ, ସୋନୁ ସାହୁ ଓ ସୁରେନ୍ଦ୍ର ପଣ୍ଡାଙ୍କ ସମେତ ବ୍ଲକ୍ ର ୧, ୨ ଓ ୩ ନମ୍ବର ଜିଲ୍ଲା ପରିଷଦ ଜୋନ୍ ର ବହୁ ବୁଦ୍ଧିଜୀବୀ, ବରିଷ୍ଠ ସଦସ୍ୟ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। ବୈଠକରେ ବିଶେଷ କରି ପ୍ରସ୍ତାବିତ ଆମୋନିୟମ ନାଇଟ୍ରେଟ୍ ଗ୍ୟାସିଫିକେସନ୍ ପ୍ଲାଣ୍ଟକୁ ବିରୋଧ କରି ଲଖନପୁର ବ୍ଲକ୍ ଅଞ୍ଚଳରେ ବ୍ୟାପକ ଜନଜାଗରଣ ସୃଷ୍ଟି କରିବା ନେଇ ଆଲୋଚନା ହୋଇଥିଲା। ଏନେଇ ଏକ ପ୍ରସ୍ତାବ ମଧ୍ୟ ଗୃହୀତ ହୋଇଥିଲା।
ଏହି ଅବସରରେ ନାଗରିକ ପରିଷଦର ନୂତନ କମିଟି ଘୋଷଣା କରାଯାଇଥିଲା। ପୀତାମ୍ବର ମିଶ୍ର ସଭାପତି, ପ୍ରସନ୍ନ ସିଂହ କାର୍ଯ୍ୟକାରୀ ସଭାପତି, ଅଶୋକ ସାହୁ ଉପସଭାପତି, ଗୌତମ ପ୍ରଧାନ ଓ ସାଲେକରାମ ନାୟକ ସାଧାରଣ ସମ୍ପାଦକ, ସନ୍ତୋଷ ବିଶ୍ୱାଳ ସମ୍ପାଦକ ଏବଂ ରବୀନ୍ଦ୍ର ବିଶ୍ୱାଳ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ। କାର୍ଯ୍ୟକାରୀ ସଭ୍ୟ ଭାବେ ଧୀରେନ୍ଦ୍ର ପଣ୍ଡା, ସଞ୍ଜୟ ବେହେରା, ବୀରେନ୍ଦ୍ର ସାହୁ, ତରଣୀସେନ ସାହୁ, ଭାସ୍କର ଗରଡ଼ିଆ, ବେଦବ୍ୟାସ ପ୍ରଧାନ, ଅକ୍ଷୟ ସେଠ, ସନ୍ତୋଷ ରୋହିଦାସ, ନୀଳାଞ୍ଚଳ ସା, ଲିଙ୍ଗରାଜ ବଢ଼େଇ, ଦୟାସାଗର କୁମୁରା, ଟିକଲାଲ ପ୍ରଧାନଙ୍କ ସମେତ ମୋଟ ୨୪ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି। ସନତ ସିଂହ, ସୁରେନ୍ଦ୍ର ପଣ୍ଡା ଓ ମନୋଜ ଅଗ୍ରୱାଲ ଉପଦେଷ୍ଟା ଭାବେ ରହିଛନ୍ତି। ଶେଷରେ ସଭାପତି ପୀତାମ୍ବର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ