ଜିଲ୍ଲା ମାନସିକ ସ୍ଵାସ୍ଥ୍ୟ ବିଭାଗ ଏବଂ ସ୍ଵାତୀ ଦ୍ଵାରା ମାନସିକ ଚାପ ନିୟନ୍ତ୍ରଣ କର୍ମଶାଳା
Mental Stress relected workshop
ଫୋଟ ୨


ଫୋଟ


କନ୍ଧମାଳ, ୧୦ ସେପ୍ଟେମ୍ବର (ହି.ସ.)- କନ୍ଧମାଳ ଜିଲ୍ଲା ଚାଞ୍ଚେଡି ଏବଂ ଗୁଟିଙ୍ଗିଆ ର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଆଜି ପୂର୍ବାହ୍ନ ୧୧ଟା ସମୟରେ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ବିଭାଗ ଏବଂ ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ର ମିଳିତ ସହଯୋଗରେ ଏକ ଦିବସୀୟ ଚାପ ନିୟନ୍ତ୍ରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ବିଭାଗର ମାନସିକ ସ୍ୱାସ୍ଥ୍ୟ ସାମାଜିକ କର୍ମୀ ମାଳତୀ ବେହେରା, ଆଶାକର୍ମୀ, ଅନଙ୍ଗୱାଡି କର୍ମୀ, ଯତ୍ନକାରୀ, ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟା, ପରିବାର ସହାୟତା ଗୋଷ୍ଠୀ ସଭ୍ୟ ସଭ୍ୟା, ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିରର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସୁପ୍ରଭା ନାୟକ, ପ୍ରଗତିକା ସାହୁ (ଗୁଟିଙ୍ଗିଆ), ମୁଖ୍ୟ ଅତିଥି ଶ୍ରୀମତି ଆକାଂକ୍ଷ୍ୟା ପ୍ରଧାନ୍ ସରପଂଚ ଗୁଟିଙ୍ଗିଆ, ଏହିପରି ଭାବରେ ମୋଟ ୧୦୮ ଜଣ ଯୋଗଦାନ କରିଥିଲେ । ସ୍ୱାସ୍ଥ୍ୟ, ମାନସିକ ସ୍ୱାସ୍ଥ୍ୟ, ମାନସିକ ରୋଗ, ଲକ୍ଷଣ, କାରଣ, ନିରାକରଣ ସହିତ ମାନସିକ ଚାପର କାରଣ ଓ ତାହାର ଉତ୍ପତି ଉପରେ ପରିପ୍ରକାଶ କରି ସମାଜରେ ଘଟି ଯାଉଥିବା ଅନୁପଯୋଗୀ କାର୍ଯ୍ୟକ୍ରମ ସମ୍ପର୍କରେ ପୁଂଖାନୁପୁଂଖ ଭାବରେ ସଚେତନ କରିବା ସହିତ ଚାପ ନିୟନ୍ତ୍ରଣ କିପରି କରାଯାଇ ପାରିବ ଚିତ୍ର ମାଧ୍ୟମରେ ମାଳତୀ ବେହେରା ଆଲୋଚନା କରିଥିଲେ । ମାନସିକ ଅସୁସ୍ଥ ବ୍ୟକ୍ତିମାନେ କିପରି ଚିକିତ୍ସା ହେବେ ଏବଂ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିରରେ ଔଷଧ ପାଇବେ ସେ ବିଷୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଚାଂଚେଡି ଏବଂ ଗୁଟିଙ୍ଗିଆ ଲୋକମାନଙ୍କୁ ଅବଗତ କରାଇଥିଲେ । ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ବିଭାଗ ଏବଂ ସ୍ୱାତୀର ଏହିପରି ମିଳିତ କାର୍ଯ୍ୟକ୍ରମ ମାଧ୍ୟମରେ ଅନେକ ମାନସିକ ଅସୁସ୍ଥ ବ୍ୟକ୍ତି ମାନେ ଚିକିତ୍ସା ପାଇପାରୁଛନ୍ତି ବୋଲି ପ୍ରଶଂସା କରିବା ସହିତ ଏହିପରି କାର୍ଯ୍ୟକ୍ରମ ଦ୍ୱାରା ପ୍ରତ୍ୟେକ ପଂଚାୟତରେ ଆହୁରି ସଚେତନତା ସୃଷ୍ଟି କରିବା ନିମନ୍ତେ ଶ୍ରୀମତୀ ଆକାଂକ୍ଷ୍ୟା ପ୍ରଧାନ (ଗୁଟିଙ୍ଗିଆ) ମତ ପ୍ରଦାନ କରିଥିଲେ ।

ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମକୁ ପ୍ରକଳ୍ପ ସଂଯୋଜକ ଗିରିଶ ଚନ୍ଦ୍ର ସାମଲ ପରିଚାଳନା କରିଥିବା ବେଳେ ସ୍ୱାତୀ ମାନସିକ ସ୍ୱାସ୍ଥ୍ୟ ଗୋଷ୍ଠୀ ସଂଯୋଜକମାନେ ସହଯୋଗ କରିଥିଲେ । ଶେଷରେ ଅଲୋକ ସାମନ୍ତରାୟ ଉପସ୍ଥିତ ଥିବା ସମସ୍ତ ସଭ୍ୟ ସଭ୍ୟା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande