
ଭୁବନେଶ୍ୱର, 10 ସେପ୍ଚେମ୍ବର (ହି.ସ.) :ଦେଶର ଯୁବପିଢ଼ିଙ୍କ ମଧ୍ୟରେ ନେତୃତ୍ୱ, ସୃଜନଶୀଳତା ଓ ଦେଶ ଗଠନ ପ୍ରତି ଦାୟିତ୍ୱବୋଧ ବୃଦ୍ଧି କରିବା ଉଦ୍ଦେଶ୍ୟରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ ଆୟୋଜିତ ହେବାକୁ ଯାଉଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥମାଇଁ ଭାରତ ସଂସ୍ଥା ଦ୍ୱାରା ଏହି ଜାତୀୟ କାର୍ଯ୍ୟକ୍ରମର ପରିଚାଳନା କରାଯାଉଛି। ଏହି ସଂଳାପ ମାଧ୍ୟମରେ ଯୁବପିଢ଼ି ‘ବିକଶିତ ଭାରତ @୨୦୪୭’ର ସ୍ୱପ୍ନ ଓ ଲକ୍ଷ୍ୟ ନେଇ ନିଜର ଚିନ୍ତାଧାରା ଉପସ୍ଥାପନ କରିବାର ସୁଯୋଗ ପାଇବେ।
ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ଭାବେମାଇଁ ଭାରତ ପୋର୍ଟାଲ୍ରେ ‘ବିକଶିତ ଭାରତ କୁଇଜ ’ ନାମକ ଏକ ଜାତୀୟ ଅନଲାଇନ୍ କୁଇଜ୍ ପ୍ରତିଯୋଗିତା ଆରମ୍ଭ ହୋଇଛି। ୧୭ ଅଗଷ୍ଟ ୨୦୨୬ ସୁଦ୍ଧା ୧୫ ରୁ ୨୯ ବର୍ଷ ବୟସସୀମା ମଧ୍ୟରେ ଥିବା ଯେକୌଣସି ଯୁବକ-ଯୁବତୀ ଏହି କୁଇଜ୍ରେ ଅଂଶଗ୍ରହଣ କରିପାରିବେ। ଚଳିତ ବର୍ଷ ଅଗଷ୍ଟ ୧୭ ରୁ ଆରମ୍ଭ ହୋଇଥିବା ଏହି କୁଇଜ୍ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।
କୁଇଜ୍ରେ ସଫଳ ହେଉଥିବା ଅଂଶଗ୍ରହଣକାରୀମାନେ ପରବର୍ତ୍ତୀ ପର୍ଯ୍ୟାୟରେ ୫୦୦ ଶବ୍ଦର ରଚନାଓ ଜିଲ୍ଲା ସ୍ତରୀୟ ପିପିଟି ଉପସ୍ଥାପନାରେ ଭାଗ ନେବେ। ରାଜ୍ୟ ସ୍ତରରୁ ମନୋନୀତ ଶ୍ରେଷ୍ଠ ପ୍ରତିଯୋଗୀମାନେ ନୂଆଦିଲ୍ଲୀରେ ବିଶେଷଜ୍ଞ, ବରିଷ୍ଠ ଅଧିକାରୀ, କେନ୍ଦ୍ରମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ନିଜ ଚିନ୍ତାଧାରା ଉପସ୍ଥାପନ କରିବାର ସୁବର୍ଣ୍ଣ ସୁଯୋଗ ପାଇବେ।
ଏହି କାର୍ଯ୍ୟକ୍ରମରେ କେବଳ କୁଇଜ୍ ନୁହେଁ, ବରଂ କଲଚରାଲ୍, ଡିଜାଇନ୍, ହ୍ୟାକାଥନ୍, ୟୁଥ୍ ଏଣ୍ଟ୍ରପ୍ରେନର ଓ ୟୁଥ୍ ପାର୍ଲାମେଣ୍ଟ ଭଳି ୬ଟି ଭିନ୍ନ ଭିନ୍ନ ଟ୍ରାକ୍ ରହିଛି। ସମସ୍ତ ଯୋଗ୍ୟ ଯୁବପିଢ଼ିଙ୍କୁମାଇଁ ଭାରତ ପୋର୍ଟାଲ୍ କୁ ଯାଇ ସେପ୍ଟେମ୍ବର ୩୦ ମଧ୍ୟରେ ଅଧିକରୁ ଅଧିକ ସଂଖ୍ୟାରେ କୁଇଜ୍ରେ ଅଂଶଗ୍ରହଣ କରିବାକୁ ଜିଲ୍ଲା ଯୁବ ଅଧିକାରୀ ବିକାଶ ଚନ୍ଦ୍ର ପ୍ରଧାନ ଏକ ପ୍ରେସ ବିବୃତି ରେ ଜଣାଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ