
ନୂଆଦିଲ୍ଲୀ, ୧୦ ସେପ୍େଟମ୍ବର (ହି.ସ.)- ପରିବେଶ ଏବଂ ସବୁଜ ନ୍ୟାୟ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଜାତୀୟ ସବୁଜ ଅଧିକରଣ (ଏନଜିଟି) ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ କରିବାକୁ ଯାଉଛି। ଏହି ସମ୍ମିଳନୀ ୧୯ ଏବଂ ୨୦ ସେପ୍େଟମ୍ବରରେ ବିଜ୍ଞାନ ଭବନରେ ଆୟୋଜିତ ହେବ। ସମ୍ମିଳନୀର ଉଦ୍ଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିବେ।
ଏନଜିଟି ଅନୁଯାୟୀ ଆୟୋଜନରେ ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତନ, ସ୍ଥାୟୀ ବିକାଶ ଏବଂ ପରିବେଶୀୟ ନ୍ୟାୟ ସହ ଜଡିତ ବିଭିନ୍ନ ବିଷୟ ଉପରେ ବିଶେଷଜ୍ଞ ଏବଂ ନ୍ୟାୟିକ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିମାନଙ୍କ ମଧ୍ୟରେ ଆଲୋଚନା କରାଯିବ। ସମ୍ମିଳନୀର ଉଦ୍ଦେଶ୍ୟ ପରିବେଶ ସହ ଜଡିତ ମାମଲାରେ ନ୍ୟାୟିକ ଦୃଷ୍ଟିକୋଣ, ବିଶ୍ୱସ୍ତରୀୟ ଅଭିଜ୍ଞତା ଏବଂ ପ୍ରଭାବଶାଳୀ ପଦକ୍ଷେପଗୁଡିକୁ ଅଂଶୀଦାର କରିବା ପାଇଁ ଏକ ସାଧାରଣ ମଂଚ ଉପଲବ୍ଧ କରାଇବା। ଏହି ସମ୍ମିଳନୀରେ ୧୫ଟି ଦେଶର ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିମାନେ ଅଂଶଗ୍ରହଣ କରିବେ। ଏହି ଦେଶଗୁଡିକ ମଧ୍ୟରେ ବ୍ରିଟେନ, ଥାଇଲ୍ୟାଣ୍ଡ, ରୁଷ, ପୋଲାଣ୍ଡ, ମାଲଦ୍ୱୀପ, ବାଂଲାଦେଶ, ଅଷ୍ଟ୍ରେଲିଆ ସାମିଲ ଅଛନ୍ତି। ଏନଜିଟି ଅନୁଯାୟୀ ୧୯ ସେପ୍େଟମ୍ବରରେ ହେବାକୁ ଥିବା ଉଦ୍ଘାଟନ ସମାରୋହରେ ମୁଖ୍ୟ ବିଚାରପତି ନ୍ୟାୟମୂର୍ତି ସୂର୍ଯ୍ୟକାନ୍ତ, କେନ୍ଦ୍ରୀୟ ପରିବେଶ, ବନ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏନଜିଟିର ଅଧ୍ୟକ୍ଷ ନ୍ୟାୟମୂର୍ତି ପ୍ରକାଶ ଶ୍ରୀବାସ୍ତବ ଉପସ୍ଥିତ ରହିବେ। ସମ୍ମିଳନୀର ପ୍ରଥମ ଦିନ ଦୁଇଟି ବୈଷୟିକ ସମ୍ମିଳନୀର ଆୟୋଜନ ହେବ। ଆନ୍ତର୍ଜାତୀୟ ସ୍ତରରେ ପରିବେଶୀୟ ଆଇନ ଏବଂ ନ୍ୟାୟ ବ୍ୟବସ୍ଥାରେ ହେଉଥିବା ପରିବର୍ତନ ଉପରେ ମଧ୍ୟ ଆଲୋଚନା କରାଯାଇପାରେ।
ସମ୍ମିଳନୀର ଦ୍ୱିତୀୟ ଦିନ ମଧ୍ୟ ଦୁଇଟି ବୈଷୟିକ ଅଧିବେଶନର ଆୟୋଜନ ହେବ। ସମାପନ ଅଧିବେଶନରେ ରାଷ୍ଟ୍ରପତି ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେବେ।
-----------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ