
ଭୁବନେଶ୍ୱର, ୧୦ ସେପ୍ଟେମ୍ବର (ହି.ସ.)- ଉତର ବଙ୍ଗୋପସାଗର ଏବଂ ସଂଲଗ୍ନ ବାଂଲାଦେଶ ଉପରେ ଥିବା ଉପର ବାୟୁ ଘୂର୍ଣ୍ଣିବଳୟ ପ୍ରଭାବରେ, ଆଜି ସକାଳ ୫ଟା ୩୦ ରେ ଉତର ବଙ୍ଗୋପସାଗର ଏବଂ ତା’ ପାଖାପାଖି ଅଂଚଳ ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଏବଂ ଆଜି ସକାଳ ୮ଟା ୩୦ ରେ ସେହି ଅଂଚଳରେ ରହିଛି ।
ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତନଠାରୁ ୯.୪ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବିସ୍ତାରିତ ହୋଇ ଦକ୍ଷିଣ-ପଶ୍ଚିମ ଆଡକୁ ଉଚ୍ଚତା ସହିତ ଢଳି ରହିଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ