
ଗଞ୍ଜାମ, ୧୦ ସେପ୍ଟେମ୍ବର (ହି.ସ.)- ଶେରଗଡ ବ୍ଲକ ର ପିତଳ ଅଞ୍ଚଳରେ ଝାଡାବାନ୍ତି ରୋଗର ପ୍ରକୋପ ଦେଖାଯାଇଛି। କିଛିଦିନ ହେଲା କେତେକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କ୍ଵାକ୍ ଙ୍କ ପାଖରେ ଚିକିତ୍ସିତ ହେଉଥିବା କିମ୍ବା ନିଜେ ଔଷଧ ଦୋକାନରୁ ଝାଡାବାନ୍ତି ପାଇଁ ଔଷଧ କିଣି ବ୍ୟବହାର କରିଥିବା ଜଣାପଡିଛି। ଆଜି ପିତଳ କମା ସାହିର ଜଣେ ବ୍ୟକ୍ତି ଡାଇରିଆରେ ଆକ୍ରାନ୍ତ ହୋଇ ଗୁରୁତର ହେବାରୁ ତାଙ୍କୁ ପିତଳ ଡାକ୍ତରଖାନାରେ ଭର୍ତିକରି ଚିକିତ୍ସା କରାଯାଉଛି। ପିତଳର ରାସ୍ତାଘାଟ ଓ ନାଳନର୍ଦ୍ଦମା ନିୟମିତ ସଫେଇ ହେଉନଥିବାରୁ ଏହି ଅଞ୍ଚଳରେ ଝାଡାବାନ୍ତି, ଡେଙ୍ଗୁ, ମାଲେରିଆ ଓ ଫାଇଲେରିଆ ଭଳି ମାରାତ୍ମକ ରୋଗ ବ୍ୟାପିବା ଦେଖାଦେଇଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ