
ଗଞ୍ଜାମ, ୧୦ ସେପ୍ଟେମ୍ବର (ହି.ସ.)- ଶେରଗଡ ବ୍ଲକ ପିତଳ ସମବାୟ ସମିତିରେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଖରିଫ ଧାନ ଫସଲ ସଂଗ୍ରହ ପାଇଁ ଚାଷୀ ମଣ୍ଡିରେ ପଂଜିକରଣ କରିଛନ୍ତି । ଗତବର୍ଷ ଅପେକ୍ଷା ଚଳିତବର୍ଷ ପ୍ରାୟ ଶତାଧିକ ଚାଷୀ ପଂଜିକରଣ କରିଥିବା ସୂଚନା ମିଳିଛି । ଏହି ସମିତି ପକ୍ଷରୁ ଖରିଫ ଧାନ ଫସଲ ପାଇଁ ଚାଷୀ ମାନଙ୍କୁ ଗତକାଲି ଠାରୁ ରାସାୟନିକ ସାର ଉଚିତ ଦରରେ ବିକ୍ରି ତଥା ସୁସମ ବଣ୍ଟନ ସଂପାଦକ କୃଷ୍ଣ ଚନ୍ଦ୍ର ନାୟକଙ୍କ ତତ୍ୱାବଧାନରେ କରାଯାଉଥିବାରୁ ସ୍ଥାନୀୟ ଚାଷୀଙ୍କ ମହଲରେ ସନ୍ତୋଷ ପ୍ରକାଶ ପାଇଛି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ