ରାଷ୍ଟ୍ରପତି ମୁର୍ମୁଙ୍କୁ ଭେଟିଲେ ପ୍ରିନ୍ସ ରହିମ ଆଗା ଖାନ ପଂଚମ, ବିକାଶ ସହଭାଗିତା ଉପରେ ହେଲା ଆଲୋଚନା
ନୂଆଦିଲ୍ଲୀ, ୧୦ ସେପ୍େଟମ୍ବର (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ରାଷ୍ଟ୍ରପତି ଭବନରେ ପ୍ରିନ୍ସ ରହିମ ଆଗା ଖାନ ପଂଚମଙ୍କୁ ଆତିଥ୍ୟ ପ୍ରଦାନ କରିଥିଲେ। ଉଭୟଙ୍କ ମଧ୍ୟରେ ହୋଇଥିବା ସାକ୍ଷାତରେ ବିକାଶ ସହଭାଗିତା ଏବଂ ଭାରତରେ ଆଗା ଖାନ ବିକାଶ ନେଟୱର୍କ (ଏକେଡିଏନ)ର ସାମାଜିକ କଲ୍ୟାଣ ସମ୍
ରାଷ୍ଟ୍ରପତି ମୁର୍ମୁଙ୍କୁ ଭେଟିଲେ ପ୍ରିନ୍ସ ରହିମ ଆଗା ଖାନ ପଂଚମ, ବିକାଶ ସହଭାଗିତା ଉପରେ ହେଲା ଆଲୋଚନା


ନୂଆଦିଲ୍ଲୀ, ୧୦ ସେପ୍େଟମ୍ବର (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ରାଷ୍ଟ୍ରପତି ଭବନରେ ପ୍ରିନ୍ସ ରହିମ ଆଗା ଖାନ ପଂଚମଙ୍କୁ ଆତିଥ୍ୟ ପ୍ରଦାନ କରିଥିଲେ। ଉଭୟଙ୍କ ମଧ୍ୟରେ ହୋଇଥିବା ସାକ୍ଷାତରେ ବିକାଶ ସହଭାଗିତା ଏବଂ ଭାରତରେ ଆଗା ଖାନ ବିକାଶ ନେଟୱର୍କ (ଏକେଡିଏନ)ର ସାମାଜିକ କଲ୍ୟାଣ ସମ୍ବନ୍ଧୀୟ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା।

ରାଷ୍ଟ୍ରପତି ଆଗା ଖାନ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରିନ୍ସ ରହିମଙ୍କ ପ୍ରଥମ ସରକାରୀ ଭାରତ ଯାତ୍ରାରେ ତାଙ୍କୁ ସ୍ୱାଗତ କରିଥିଲେ। ସେ ତାଙ୍କ ପିତା ଦିବଙ୍ଗତ ଆଗା ଖାନ ଚତୁର୍ଥଙ୍କ ଦେହାନ୍ତରେ ଶୋକ ପ୍ରକାଶ କରି କହିଥିଲେ ଯେ ଭାରତରେ ଆଗା ଖାନ ଚତୁର୍ଥ ଏବଂ ଆଗା ଖାନ ବିକାଶ ନେଟୱର୍କ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ଅତ୍ୟନ୍ତ ସମ୍ମାନ ଓ ଆତ୍ମୀୟତାର ସହ ଦେଖାଯାଏ।

ମୁର୍ମୁ ଭାରତରେ ଏକେଡିଏନ ଦ୍ୱାରା ପରିଚାଳିତ ବିଭିନ୍ନ ପ୍ରକଳ୍ପର ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ନେଟୱର୍କ ଜଳ ଓ ପରିମଳ, ଶିକ୍ଷା, ମାତୃ ସ୍ୱାସ୍ଥ୍ୟ, ସହରୀ ପୁନର୍ବିକାଶ, ମହିଳା ସଶକ୍ତୀକରଣ ଏବଂ ରୋଜଗାର ସୃଷ୍ଟି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛି।

ରାଷ୍ଟ୍ରପତି କହିଥିଲେ ଯେ ଏକେଡିଏନର ଏହି ପଦକ୍ଷେପଗୁଡ଼ିକ ସରକାର ଏବଂ ଘରୋଇ କ୍ଷେତ୍ର ମଧ୍ୟରେ ସହଭାଗିତାର ଉତ୍କୃଷ୍ଟ ଉଦାହରଣ। ଏହି ପ୍ରକଳ୍ପଗୁଡ଼ିକ ଏହା ମଧ୍ୟ ଦର୍ଶାଉଛି ଯେ ଅଣ-ଲାଭକାରୀ ସଂଗଠନ ସରକାର ସହ ମିଶି କାମ କରି ଲୋକଙ୍କ ଜୀବନର ଗୁଣବତାରେ ସୁଧାର ଆଣିପାରନ୍ତି।

ରାଷ୍ଟ୍ରପତି ଭବନରେ ହୋଇଥିବା ସାକ୍ଷାତ ସମୟରେ ଉଭୟ ନେତା ବିକାଶ କ୍ଷେତ୍ରରେ ସହଯୋଗର ସମ୍ଭାବନା ଉପରେ ବିଚାରବିମର୍ଶ କରିଥିଲେ। ସାକ୍ଷାତ ସମୟରେ ଉଭୟ ଔପଚାରିକ ଭାବେ ପରସ୍ପରକୁ ଅଭିବାଦନ ଜଣାଇଥିଲେ ଏବଂ ବିକାଶ ସହ ଜଡ଼ିତ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।

-----------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande