ଲିଖିତ ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ ହେଲା ରେଳରୋକ ଆନ୍ଦୋଳନ, ଧାରଣାକାରୀଙ୍କ ପାଖରେ ପହଂଚିଲେ, ପାଣି ନିଷ୍କାସନ ନେଇ ହେବ ଯୁଗ୍ମ ତଦନ୍ତ , ତିହିଡିରେ ୧୮ ଓ ଭଦ୍ରକରେ ୨୧ରେ ବସିବ ବୈଠକ
ଭଦ୍ରକ, ୧୦ ସେପ୍ଟେମ୍ବର (ହି.ସ.) - ଭଦ୍ରକ -ଧାମରା ରେଳପଥରେ ଦୀର୍ଘ ୧୬ଘଂଟା ଧରି ଚାଲିଥିବା ରେଳରୋକ ଆନ୍ଦୋଳନ ପ୍ରଶାସନର ଲିଖିତ ପ୍ରତିଶ୍ରୁତିପରେ ରେଳରୋକ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ବୁଧବାର ରାତି ୯ଟାରେ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଂଶୁମାନ ଦ୍ୱିବେଦୀ, ଏସଡ଼
RAIL ROK ANDOLAN PRATYAHRUTA


ଭଦ୍ରକ, ୧୦ ସେପ୍ଟେମ୍ବର (ହି.ସ.) - ଭଦ୍ରକ -ଧାମରା ରେଳପଥରେ ଦୀର୍ଘ ୧୬ଘଂଟା ଧରି ଚାଲିଥିବା ରେଳରୋକ ଆନ୍ଦୋଳନ ପ୍ରଶାସନର ଲିଖିତ ପ୍ରତିଶ୍ରୁତିପରେ ରେଳରୋକ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ବୁଧବାର ରାତି ୯ଟାରେ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଂଶୁମାନ ଦ୍ୱିବେଦୀ, ଏସଡ଼ିପିଇଓ ପ୍ରଭାସ ସାହୁ,ଧାମରା ବନ୍ଦର କର୍ତୃପକ୍ଷ ଆନନ୍ଦ ଚନ୍ଦ୍ର ଦାସ,ତହସିଲଦାର ସୁବାଶିଷ ସାହୁ ଓ ପିରାହାଟ ଆଇଆଇସି ରୋଜାଲିନ ବେହେରା ପ୍ରମୁଖ ଧାରଣାକାରୀଙ୍କ ନିକଟରେ ପହଂଚି ସମସ୍ତ ସମସ୍ୟାର ସମାଧାନ ହେବାନେଇ ଆଲୋଚନା କରି ଲିଖିତ ପ୍ରତିଶ୍ରୁତି ଦେଇଥିଲେ।ତିହିଡି଼ ବ୍ଲକ ପୀରହାଟ ଥାନା ଅଧୀନ ଗଦି ବଜାର -ଘେଂଟଶ୍ୱର ରାସ୍ତାର ଗୁରୁଦାସପୁର ଲେଭଲକ୍ରସିଂ ନିକଟରେ ଜିଲା ବିକାଶ ପରିଷଦ, ଜିଲା ଟିପର, ଟ୍ରକମାଲିକ ସଂଘ ଓ ବ୍ଲକ ବିଶ୍ୱକର୍ମା ଟ୍ରକ ମାଲିକ ସଂଘ ପକ୍ଷରୁ ବୁଧବାର ସକାଳ ୬ଟା ଠାରୁ ୪ଦଫା ଦାବି ନେଇ ରେଳପଥ ଅବରୋଧ କରାଇଥିଲା। ଆସନ୍ତା ୧୮ତାରିଖରେ ତିହିଡି଼ ତହସିଲ କାର୍ଯ୍ୟାଳୟରେ ରେଳପଥରେ ପାଣି ନିଷ୍କାସନ ସମସ୍ୟା ନେଇ ଆଲୋଚନା ହେବ ଏବଂ ଏନେଇ ଡିପିସିଏଲ, ଜଳସେଚନ ଓ ଡ୍ରେନେଜ ବିଭାଗର ବୈଷୟିକ ଟିମ, ତିହିଡି଼ ଓ ଚାନ୍ଦବାଲି ତହସିଲଦାରଙ୍କ ଯୁଗ୍ମ ତଦନ୍ତ ହେବ ବୋଲି ସ୍ଥିର ହୋଇଥିଲା । ଆସନ୍ତା ୨୧ତାରିଖରେ ଭଦ୍ରକସ୍ଥିତ ପାନ୍ଥ ନିବାସରେ ଅନ୍ୟ ଦାବି ସମ୍ପର୍କରେ ଆଲୋଚନା କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି ନିଷ୍ପତି ହୋଇଥିଲା । ଏହି ବୈଠକରେ ଧାମରା ପୋର୍ଟ କମ୍ପାନୀ ଲିମିଟେଡ଼(ଡିପିସିଏଲ) କର୍ତୃପକ୍ଷ, ଜିଲା ପ୍ରଶାସନିକ ଅଧିକାରୀ ଏବଂ ଜିଲା ବିକାଶ ପରିଷଦ ଓ ଅନ୍ୟ ସଂଘର କର୍ମକର୍ତାମାନେ ଉପସ୍ଥିତ ରହିବେ ବୋଲି ସ୍ଥିର ହୋଇଥିଲା । ତେବେ ଏନେଇ ଉପଜିଲାପାଳଙ୍କ ସମେତ ଅନ୍ୟ ଅଧିକାରୀମାନେ ଲିଖିତ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଆଲୋଚନା ବେଳେ ବିକାଶ ପରିଷଦ ସଭାପତି ଶୁଭେନ୍ଦୁ ରାୟ ମହାପାତ୍ର, ସମ୍ପାଦକ ଜ୍ୟୋତିପ୍ରକାଶ ମହାନ୍ତି, ଉପସଭାପତି ଚନ୍ଦନ କୁମାର ନାୟକ, ବରିଷ୍ଠ କଂଗ୍ରେସ ନେତା ସତ୍ୟାନନ୍ଦ ରାଉତ, ଅମରେନ୍ଦ୍ର ଦାସ, ଧୀରେନ୍ଦ୍ର ବେହେରା, ବିଶ୍ୱକର୍ମା ଟ୍ରକ ମାଲିକ ସଂଘ ସଭାପତି ପ୍ରଫୁଲ୍ଲ ପୃଷ୍ଟି, ଚୈତନ୍ୟ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟଯେ, ପୀରହାଟରୁ ବାଂଶଡ଼ା ଯାଏ ରେଳପଥର ଉଭୟ ପାର୍ଶ୍ୱରେ ଜଳ ନିଷ୍କାସନ ଓ ଗ୍ରାମ୍ୟ ରାସ୍ତା ମରାମତି ପାଇଁ ତଦନ୍ତ କରି କାର୍ଯ୍ୟରମ୍ଭ, ସମାନ ଅନୁପାତରେ ସ୍ଥାନୀୟ ବେକାର ଯୁବତୀ, ଯୁବକଙ୍କୁ ରୋଜଗାର ପ୍ରଦାନ, କୋଇଲା ପରିବହନରୁ ବାଦ ପଡିଥିବା ଜିଲାର ଟିପର ଓ ଟ୍ରକ ମାଲିକ ସଂଘକୁ କାମ ଦେବା, କର୍ପୋରେଟ ସୋସିଆଲ ରେସ୍ପନସିବିଲିଟି(ସିଏସଆର) ମାଧ୍ୟମରେ ଅର୍ଥରାଶିକୁ ବାଦ ପଡ଼ିଥିବା ତିହିଡି଼, ଚାନ୍ଦବାଲି ଓ ଜିଲାର ଅନ୍ୟତ୍ର ଉନ୍ନୟନ କାର୍ଯ୍ୟପାଇଁ ଖର୍ଚ୍ଚ କରିବା ଇତ୍ୟାଦି ଦାବି ଅନ୍ତର୍ଭୁକ୍ତ ହୋଇଥିଲା । ଏହି ଆନ୍ଦୋଳନରେ ସ୍ଥାନୀୟ ଅଂଚଳର ବିଭିନ୍ନ ଗ୍ରାମର ମହିଳା ଓ ଚାଷୀମାନେ ସାମିଲ ହୋଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande